ମୀନାବଜାରରେ କାମ କରୁଥିବା ବେଳେ ଅଘଟଣ, ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

Published By : Prameya-News7 Bureau | June 02, 2024 IST

ଦିଗପହଣ୍ଡି ୨।୬: ବଜ୍ରାଘାତ ନେଲା ଦୁଇ ଜୀବନ । ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ପାଟପୁର ଗାନ୍ଧୀ ଛକ ଲକ୍ଷ୍ମୀ ମନ୍ଦିର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପାଟପୁର ଯାତ୍ରାରେ ମୀନବଜାରରେ କାମ ଚାଲୁଥିବା ବେଳେ ବଜ୍ରପାତ ହୋଇଥିଲା । ମୀନାବଜାରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୨ ଜଣ ଏକ ଆମ୍ବ ଗଛ ମୂଳେ ବସିଥିବା ସମୟରେ ବଜ୍ରାଘାତରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ମୃତକ ୨ ଜଣ ହେଲେ ଡୁଗୁଲା ପ୍ରଧାନ ଓ ସନ୍ୟାସୀ ସାହୁ । ଡୁଗୁଲାଙ୍କ ଘର ପୁରୀ ଜିଲ୍ଲା ନିରାକାରପୁର ନିକଟ ଆଳିପଡ଼ା ଓ ସନ୍ୟାସୀଙ୍କ ଘର ପୋଲସରା କଳମ୍ବ ନିକଟ ଗୁଡ଼ିଆପଦା ବୋଲି ଜଣାପଡିଛି । ଉଭୟଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

You Can Read :

ରାଜଧାନୀରେ ବାର୍ ଡ୍ୟାନ୍ସରଙ୍କ ମୃତ୍ୟୁ ସସ୍‌ପେନ୍ସ, ପୁରୁଷ ବନ୍ଧୁଙ୍କୁ ପାହାଳ ଥାନାରେ ପଚରାଉଚରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.