ଆଠଗଡ଼ ୧୫।୬: ମୋବାଇଲ ଫୋନ୍ ଫାଟି ଶିଶୁ ଆହତ । କଟକ ଜିଲ୍ଲା ବଡମ୍ବା ଥାନା ମଙ୍ଗରାଜପୁର କୈବର୍ତ୍ତ ସାହିରେ ଏମିତି ଅଭାବନୀୟ ଘଟଣା ଘଟିଛି । ଆହତ ଶିଶୁ ଜଣକ ହେଉଛନ୍ତି ବଳଭଦ୍ର ଦଳେଇଙ୍କ ୫ ବର୍ଷର ପୁଅ ବୈଭବ ଦଳେଇ ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବଡମ୍ବା ଥାନା ମଙ୍ଗରାଜପୁର କୈବର୍ତ୍ତ ସାହିରେ ଶିଶୁଟି ମୋବାଇଲ ଦେଖୁଥିବା ବେଳେ କୌଣସି କାରଣରୁ ହଠାତ ମୋବାଇଲ ଫୋନଟି ଜୋରରେ ଶବ୍ଦ କରି ଫାଟି ଯାଇଥିଲା । ଯାହା ଫଳରେ ଶିଶୁର ଗୋଡ଼ରେ ଗଭୀର ଆଘାତ ଲାଗିଛି । ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ତାଙ୍କୁ ବଡମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଶିଶୁଟିର ଚିକିତ୍ସା କରାଯାଉଛି ।
You Can Read :