ରାଜଧାନୀରେ ବାର୍ ଡ୍ୟାନ୍ସରଙ୍କ ମୃତ୍ୟୁ ସସ୍‌ପେନ୍ସ, ପୁରୁଷ ବନ୍ଧୁଙ୍କୁ ପାହାଳ ଥାନାରେ ପଚରାଉଚରା

Published By : Prameya-News7 Bureau | June 02, 2024 IST

ଭୁବନେଶ୍ବର ୨।୬: ରାଜଧାନୀରେ ବାର୍ ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କୁ ପାହାଳ ଥାନାରେ ପଚରାଉଚରା । ଗତ ଶୁକ୍ରବାର ଦିନ ବନ୍ଦ ଘରୁ ରକ୍ତାକ୍ତ ଅବସ୍ଥାରେ  ବାର୍ ଗାର୍ଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଅଘଟଣ ଘଟିଥିଲା । ମୃତ ଯୁବତୀଙ୍କ ଘର ଚଣ୍ଡୀଗଡ଼ରେ ହୋଇଥିବା ବେଳେ କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବଲିଉଡ୍ ଗୀତରେ ସେ କିଛି ଭିଡିଓ ସେୟାର କରିଛନ୍ତି ।  କଟକ ରୋଡ୍‌ରେ ଥିବା ଏକ ଡ୍ୟାନ୍ସ ବାର୍‌ରେ ଯୁବତୀ ଜଣଙ୍କ କାମ କରୁଥିଲେ । ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଥିବା ଜଣାପଡିଛି । ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି । ଟେଲିଫୋନ, ସୋସିଆଲ ମିଡିଆ ମେସେଜ ଯାଞ୍ଚ କରୁଛି ପୋଲିସ ।

You Can Read :

ଘରୁ ମିଳିଲା ଦମ୍ପତ୍ତିଙ୍କ ମୃତଦେହ, ଋଣ ସୁଝିବାକୁ ନେଇ ଗଣ୍ଡଗୋଳରୁ ଆତ୍ମହତ୍ୟା ସନ୍ଦେହ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.