ଘରୁ ମିଳିଲା ଦମ୍ପତ୍ତିଙ୍କ ମୃତଦେହ, ଋଣ ସୁଝିବାକୁ ନେଇ ଗଣ୍ଡଗୋଳରୁ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | June 02, 2024 IST

ସୋର ୨।୬: ଘରୁ ମିଳିଲା ଦମ୍ପତ୍ତିଙ୍କ ମୃତଦେହ । ଋଣ ସୁଝିବାକୁ ନେଇ ପରିବାରରେ ଗଣ୍ଡଗୋଳରୁ ଆତ୍ମହତ୍ୟା ସନ୍ଦେହ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମର ମେନା ମହାକୁଡଙ୍କ ୩୨ ବର୍ଷ ବୟସ୍କ ପୁଅ ମନୋଜ ମହାକୁଡ ଏବଂ ୨୮ ବର୍ଷ ବୟସ୍କା ବୋହୂ ଶନିବାର ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା ଘଟଣା ଜଣାପଡିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପରିବାରଲୋକଙ୍କ ଅନୁସାରେ, ମନୋଜ ଏବଂ ପତ୍ନୀ ଶନିବାର ଦିନ ଖାଇସାରି ଘରେ ଶୋଇଥିଲେ । ଅପରାହ୍ନରେ ମୃତ ମହିଳାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଘର କବାଟ ବାଡେଇ ଡାକିଥିଲେ । ମାତ୍ର କବାଟ ନ ଖୋଲିବାରୁ ପରିବାର ଲୋକ ସନ୍ଦେହ କରି କବାଟକୁ ତାଡିଥିଲେ । କବାଟ ଖୋଲିବାରୁ ବିଦ୍ୟୁତ ତାର ଦୁଇ ଜଣଙ୍କ ବେକରେ ଗୋଡାଇ ହୋଇଥିବା ଦେଖିବାକୁ ପାଇଥିଲେ । ସେମାନଙ୍କୁ ସ୍ପର୍ଶ କରିବାରୁ ବିଦ୍ୟୁତ ଚାର୍ଜ ଥିବା ଜାଣିବାକୁ ପାଇଥିଲେ । ଦୁଇ ଜଣ ବିଦ୍ୟୁତ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସିମୁଳିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଉଭୟ ପ୍ରାୟ ୨ ବର୍ଷ ତଳେ ବିବାହ କରିଥିଲେ  l ବିବାହ ପରେ ମନୋଜ ଝାରସୁଗୁଡା ସ୍ଥିତ କାର୍ଯ୍ୟକ୍ଷେତ୍ରକୁ ପତ୍ନୀଙ୍କୁ ନେଇଯାଇଥିଲେ । ୪ ମାସ ପୂର୍ବେ ମନୋଜ ପତ୍ନୀଙ୍କୁ ଘରେ ଛାଡି ଦେଇଥିଲା l ମନୋଜ ବିବାହ ସମୟ କରିଥିବା ଋଣ ସୁଝିବାକୁ ନେଇ ପରିବାର ମଧ୍ୟରେ ଝଗଡା ହୋଇଥିଲା l ପତ୍ନୀ ବଡ଼ ଭଉଣୀକୁ ଫୋନରେ ଉଭୟ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା l ଭଉଣୀ-ଭିଣୋଇ ପହଞ୍ଚି କବାଟ ବନ୍ଦଥିବା ଜାଣି କବାଟ ଭାଙ୍ଗିବା ପରେ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । 

You Can Read :

ରାଉରକେଲାରେ ଅଂଶୁଘାତରେ ୬ ଜଣଙ୍କ ମୃତ୍ୟୁ, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.