ରାଉରକେଲାରେ ଅଂଶୁଘାତରେ ୬ ଜଣଙ୍କ ମୃତ୍ୟୁ, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

Published By : Prameya-News7 Bureau | June 02, 2024 IST

ରାଉରକେଲା ୨।୬: ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁ ଘଟଣାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ୬ ଜଣଙ୍କର ଅଂଶୁଘାତ ମୃତ୍ୟୁ ହୋଇଥିବା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅନ୍ୟ ୧୮ ଜଣଙ୍କ ମୃତ୍ୟୁର କାରଣ ଅଲଗା । ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କର ଶବ ବ୍ୟବଚ୍ଛେଦ ହୋଇଛି । ୪ ମୃତକଙ୍କ ପରିବାର ଶବ ବ୍ୟବଚ୍ଛେଦ ନକରି ମୃତ ଶରୀର ଘରକୁ ନେଇଛନ୍ତି । ୩୫ ଜଣଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଥିବା ସନ୍ଦେହ କରି ଶବ ବ୍ୟବଚ୍ଛେଦ କରାଯାଇଥିଲା ।

You Can Read :

କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଖୋଜ, ରୁମ୍‌ରୁ ଲାଗିଛି ସନ୍ଦେହଜନକ ପୋଷ୍ଟର !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.