କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଖୋଜ, ରୁମ୍‌ରୁ ଲାଗିଛି ସନ୍ଦେହଜନକ ପୋଷ୍ଟର !

Published By : Prameya-News7 Bureau | June 02, 2024 IST

କାଲିମେଳା ୨।୬: ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ନିଖୋଜ । ଡାକ୍ତର ଅମ୍ଲାନ କୁମାର ଭୋଇ ଶନିବାର ରାତିଠାରୁ ନିଖୋଜ ଅଛନ୍ତି । ଉକ୍ତ କ୍ୱାର୍ଟରରେ ନିଖୋଜ ଡାକ୍ତରଙ୍କ ସହିତ ଆଉ ଦୁଇ ଜଣ ଡାକ୍ତର ଜିଜ୍ଞାଂଶୁ ରାଉତରାୟ ଓ ଡାକ୍ତର ରାକେଶ କୁମାର ସାହୁ ରହୁଥିଲେ । 

ତେବେ ନିଖୋଜ ଡାକ୍ତର ଅମ୍ଳାନ କୁମାର ଭୋଇଙ୍କ ମୋବାଇଲ ଫୋନ୍ ଓ ତାଙ୍କ ମୋଟର ସାଇକେଲ କ୍ବାର୍ଟର ସମ୍ମୁଖରେ ରହିଛି । ଘଟଣାସ୍ଥଳରେ SDPO ସଚ୍ଚିନ କୁମାର ପଟେଲ ତଦନ୍ତ କରୁଛିନ୍ତି । 

ସାଙ୍ଗରେ ରହୁଥିବା ପଡୋଶୀ ରୁମ୍‌ର ଡାକ୍ତର କହିଛନ୍ତି ଯେ, ନିଖୋଜ ଡାକ୍ତରଙ୍କ ରୁମ୍‌ରେ ୪ଟି ଦାବି ଲେଖା ହୋଇଥିବା ଧଳା କାଗଜର ପୋଷ୍ଟର ଲାଗିଛି । ଉକ୍ତ ପୋଷ୍ଟରରେ ଆଦିବାସୀ ଶୋଷଣ ବନ୍ଦ, ପୁରୁଣା ଷ୍ଟାଫ୍ ବଦଳି, ସିଷ୍ଟମ ପରିବର୍ତ୍ତନ ସହିତ ମେଡିକାଲରେ ଟଙ୍କା ଲୁଟୁଥିବା ବିଷୟରେ ଉଲ୍ଲେଖ କରିଛନ୍ତି ।

You Can Read :

ଟାଉନ୍ ଭୋଟ୍ ବିଜେପିକୁ ଓ ଗ୍ରାମାଞ୍ଚଳ ଭୋଟ୍ ବିଜେଡ଼ି ଓ କଂଗ୍ରେସକୁ ଆସୁଛି : ତାରା ବାହିନୀପତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.