ମନ୍ତ୍ରୀଙ୍କ ବଦାନ୍ୟତା, ଦୁର୍ଘଟଣାରେ ଆହତ ଲୋକଙ୍କୁ କରାଇଲେ ଚିକିତ୍ସାର ବ୍ୟବସ୍ଥା

Published By : Prameya-News7 Bureau | June 17, 2024 IST

ବ୍ରହ୍ମପୁର ୧୭।୦୬ : ମନ୍ତ୍ରୀଙ୍କ ବଦାନ୍ୟତା । ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିବା ଦେଖି ଗାଡିରୁ ଓହ୍ଲାଇଲେ । ଆଉ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମେଡିକାଲକୁ ପଠାଇଲେ । 


ଖବର ଅନୁଯାୟୀ, ବ୍ରହ୍ମପୁର ନିକଟ ହଳଦିଆପଦର ଜାତୀୟ ରାଜପଥରେ ଦୁଇ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଯାହାଫଳରେ ଜାତୀୟ ରାଜପଥରେ ଗାଡି ଜାମ୍‌ ହୋଇଥିଲା । ଏହି ସମୟରେ ସେହି ରାସ୍ତା ଦେଇ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯାଉଥିଲେ । ରାସ୍ତାରେ ଦୁର୍ଘଟଣା ଘଟିଥିବା ତାଙ୍କୁ ନଜର ଆସିଥିଲା । ଏହାପରେ ତତ୍‌କ୍ଷଣା ମନ୍ତ୍ରୀ ସେଠାରେ ଗାଡି ରଖି ଓହ୍ଲାଇଥିଲେ । ଆଉ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରିବା ସହ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇ ବଦାନ୍ୟତା ଦେଖାଇଥିଲେ । ତେବେ ଜାତୀୟ ରାଜପଥ କଡରେ ରହି ଏଭଳି ସେବା କରିବା ମୋ ଅଭ୍ୟାସ ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.