ମାଆଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ନିର୍ବାଚନ ମଣ୍ଡଳୀରେ ବିରାଟ ଶୋଭାଯାତ୍ରା

Published By : Prameya-News7 Bureau | June 17, 2024 IST

ବ୍ରହ୍ମପୁର ୧୭।୦୬ : ମାଆଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପରିବହନ, ବାଣିଜ୍ୟ ଏବଂ ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୁଅ ସବୁବେଳେ ଏମିତି ଲୋକଙ୍କ ସେବା କରୁ ବୋଲି କହିଛନ୍ତି ମନ୍ତ୍ରୀଙ୍କ ମାଆ । 

ଖବର ଅନୁଯାୟୀ, ଗୋପାଳପୁର ବିଧାୟକ ତଥା ରାଜ୍ୟ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ମନ୍ତ୍ରୀ ରବିବାର ସଂଧ୍ୟାରେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀ ବିଭୂତ ଭୂଷଣ ଜେନାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସାଧାରଣ ଜନତା । ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତା ଯୋଗ ଦେଇ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ବିପୁଳ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା କରି ଗୋଳନ୍ଥରା ସ୍ଥିତ ନିଜ ବାସଭବନରେ ପହଞ୍ଚି ମାଆଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ପୁଅ  ବିଭୂତି ଏବେ ମନ୍ତ୍ରୀ । ସେ ସବୁବେଳେ ଲୋକଙ୍କ ସେବାରେ ରହୁଛି । ଲୋକଙ୍କ ସେବା କରିବା ପାଇଁ ଭଗବାନ ଆହୁରି ଅଧିକ ଶକ୍ତି, ବୃଦ୍ଧ ପ୍ରଦାନ କରନ୍ତୁ ବୋଲି ମାଆ କେତକୀ ଜେନା କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.