ଚଳନ୍ତା ଅଟୋରେ ଲୁଟ୍ ଉଦ୍ୟମ କଲେ ଚାଳକ, ଡେଇଁ ପଡିଲେ ଦୁଇ ଛାତ୍ରୀ

Published By : Prameya-News7 Bureau | October 17, 2024 IST

କେନ୍ଦ୍ରାପଡ଼ା ୧୭।୧୦: ଚାଳକଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଚଳନ୍ତା ଅଟୋରୁ ଡେଇଁ ପଡିଲେ ଦୁଇ ଛାତ୍ରୀ l କେନ୍ଦ୍ରାପଡା ଡେରାବିଶ ଥାନା ଅନ୍ତର୍ଗତ ଚଣ୍ଡିବଜାର ଠାରେ ଘଟିଛି ଏଭଳି ଘଟଣା l ଦୁଇ ଛାତ୍ରୀଙ୍କୁ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ଅନ୍ୟ ଜଣେ ମଧ୍ଯ ଆହତ ହୋଇଛନ୍ତି l 

ତେବେ ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡାର ଏକ ଘରୋଇ ଶିକ୍ଷାନୁଷ୍ଠାନରେ DMLT କୋର୍ସ କରୁଥିଲେ ଦୁଇ ଛାତ୍ରୀ ସିପ୍ରା ସୋନାଲି ମହାପାତ୍ର ଓ ସ୍ମୃତି ପ୍ରଜ୍ଞା ପରିଡା । ଉଭୟ କ୍ଲାସ୍ ସାରି ବୁଧବାର ସନ୍ଧ୍ୟା ପ୍ରାୟ ୬ଟାରେ ଘରକୁ ଫେରିବା ପାଇଁ ଚାନ୍ଦୋଳ ପର୍ଯ୍ୟନ୍ତ ଆସିବାକୁ ତିନିମୁହାଣି ଛକରୁ ଏକ ଅଟୋ ଭଡା କରିଥିଲେ l ଅଟୋ ଚାଳକ ଜଣଙ୍କ ଆସିବା ବାଟରେ ଚଣ୍ଡିବଜାର ନିକଟରେ ନିଛାଟିଆ ସ୍ଥାନ ଦେଖି ପଛପଟକୁ ହାତ ବୁଲାଇ ସିପ୍ରାଙ୍କ ବେକକୁ ଭିଡି ଧରିଥିଲା l ଏହା ଦେଖି ସ୍ମୃତି ପ୍ରଜ୍ଞା ଅଟୋ ଚାଳକ କବଳରୁ ସିପ୍ରାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ l ତେବେ ପରିସ୍ଥିତି କିଛି ଅଧିକ ଖରାପ ହେବା ଆଶଙ୍କା କରି ଜୀବନ ବଞ୍ଚାଇବା ପାଇଁ ଉଭୟ ଛାତ୍ରୀ ଚଳନ୍ତା ଅଟୋରୁ ଡେଇଁ ପଡିଥିଲେ l ଏଥିରେ ସିପ୍ରା ସୋନାଲିଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ସ୍ମୃତି ପ୍ରଜ୍ଞାଙ୍କ ହାତ, କାନ୍ଧ, ଗୋଡରେ ଆଘାତ ଲାଗିଛି l ଉଭୟଙ୍କ ସୁନା ଚେନ୍ ଓ ପର୍ସ ଅଟୋ ଚାଳକ ନେଇଯାଇଥିବା ଅଭିଯୋଗ ହୋଇଛି l 

ଛାତ୍ରୀ ଦୁଇ ଜଣ ଗାଡିରୁ ଡେଇଁ ପଡ଼ିବା ପରେ ଅଟୋ ଚାଳକ ପୁନର୍ବାର କେନ୍ଦ୍ରାପଡା ଅଭିମୁଖେ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ  l ଏ ନେଇ ଡେରାବିଶ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଅଟୋ ଚାଳକକୁ ଅଟକ ରଖିଥିବା ଜଣାପଡିଛି  l 

You Can Read:

ତାଳସାରୀ ଉଚ୍ଚ ଜୁଆରରେ ଭାଙ୍ଗିଲା ୪ ଡଙ୍ଗା, ଦୁଇ ମତ୍ସ୍ୟଜୀବୀ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.