କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି; ଉଜ୍ୱଳା ୨.୦ରେ ଦିଆଯିବ ୭୫ ଲକ୍ଷ ମାଗଣା LPG, ଦେଶରେ ଖୋଲିବ ୪୪୦୦ ନୂଆ ଇ-ସେବା କେନ୍ଦ୍ର

Published By : Prameya-News7 Bureau | September 13, 2023 IST

ନୂଆଦିଲ୍ଲୀ: ବୁଧବାର କ୍ୟାବିନେଟ୍‌ ବୈଠକରେ ଉଜ୍ବଳା ୨.୦ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍‌ର ଅର୍ଥି‌ନୈତିକ କମିଟିର ପ୍ରତି ସପ୍ତାହର ଆୟୋଜିତ ବୈଠକରେ ଚଳିତ ଥର କେନ୍ଦ୍ର ସରକାର ଉଜ୍ବଳା ୨.୦ ସ୍କିମ୍‌ ଲଞ୍ଚ କରିଛନ୍ତି । ଏହି ସ୍କିମ୍‌ ଅନୁଯାୟୀ ଆଗାମୀ ୩ ବର୍ଷରେ ଆହୁରି ୭୫ ଲକ୍ଷ ମାଗଣା ଏଲପିଜି ସଂଯୋଗ ଦିଆଯିବ। ଏହି ଏଲପିଜି ସଂଯୋଗ ଉଜ୍ବଳା ଯୋଜନା ଅନୁଯାୟୀ ଦିଆଯିବ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ ବୈଠକର ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଉଜ୍ବଳା ଯୋଜନାରେ ନୂଆ ସଂଯୋଗ ଦିଆଯିବ। ଉଜ୍ବଳା ଯୋଜନା ଫଳରେ ପରିବେଶ ପ୍ରଦୂଷଣ କମ୍‌ ହୋଇଛି। ମହିଳାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଛି।

ଆହୁରି ପଢ଼ନ୍ତୁ: କ୍ୟାବିନେଟ୍ ବୈଠକରେ ପିଏମ୍‌ ଇ-ବସ୍ ସେବାକୁ ଅନୁମୋଦନ: ଦେଶରେ ଗଡ଼ିବ ୧୦ ହଜାର ନୂଆ ଇଲେକ୍ଟ୍ରିକ୍ ବସ୍

ଇ-କୋର୍ସକୁ ମିଳିଲା ମଞ୍ଜୁରୀ:

ବୈଠକରେ ଇ-କୋର୍ସଙ୍କୁ ଏହି କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି । ଏଥିରେ କାଗଜ ବିହୀନ ଭାବରେ କାମ ହେବ ଏବଂ ଇ-ସେବା କେନ୍ଦ୍ରର ସ୍ଥାପନା କରାଯିବ। ହାର୍ଡଓୟାର ଏବଂ ନେଟଓ୍ବର୍କର ବ୍ୟବସ୍ଥା ଉପଲବ୍ଧ କରାଯିବ। ଇଲେ​‌କ୍ଟ୍ରୋନିକ୍‌ ଫାଇଲିଙ୍ଗ୍‌ ପାଇଁ ଇ-ଫାଇଲିଙ୍ଗ୍‌ର ବ୍ୟବସ୍ଥା କରାଯିବ । ଦେଶରେ ୪୪୦୦ ନୂଆ ସେବା କେନ୍ଦ୍ର ଖୋଲିବ।

ଟ୍ରାଫିକ୍‌ ଚାଲାଣ ପାଇଁ ଭର୍ଚୁଆଲ ବ୍ୟବସ୍ଥା:

ସେହିପରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ବାୟୋଫୁଏଲର ଗଠନ ବଡ଼ ସଫଳତା। ଟ୍ରାଫିକ୍‌ ଚାଲାଣ ପାଇଁ ଭର୍ଚୁଆଲ ବ୍ୟବସ୍ଥା କରାଯାଇଛି। ଇ-କୋର୍ଟ ମିଶନ ମୋଡ୍‌ ପ୍ରୋଜେକ୍ଟର ଫେଜ୍-୩କୁ ଆଜି ମଞ୍ଜୁରୀ ମିଳିଛି। ଏହାଦ୍ବାରା ପ୍ରାୟ ୭,୨୧୦ କୋଟି ଟଙ୍କା ଖର୍ଚ୍ଚରେ ପୂରଣ କରାଯିବ।

ଆହୁରି ପଢ଼ନ୍ତୁ: ଡାଟା ସୁରକ୍ଷା ବିଲ୍‌ ଉପରେ କ୍ୟାବିନେଟ୍‌ ମୋହର, ଲୋକଙ୍କୁ ମିଳିବ ପ୍ରାଇଭେସି ଉପରେ ପୂରା ନିୟନ୍ତ୍ରଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.