ନୂଆଦିଲ୍ଲୀ: ଫୁଟବଲ ପଡ଼ିଆରେ କିଛି ଠିକଠାକ୍ ଚାଲିନାହିଁ । ଖେଳପଡ଼ିଆ ଘଟିଛି ଅଘଟଣ । ଫୁଟବଳ ଖେଳରେ ଖେଳାଳି ମସଗୁଲ୍ ଥିବା ବେଳେ ଆକାଶରୁ ଖସିଛି ମୃତ୍ୟୁ । ଅଚାନକ ବିଜୁଳି ମାରିବାରୁ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୬ ଖେଳାଳି ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରାଜିଲରେ ।
wp:embed {"url":"https://www.prameyanews7.com/rinku-singh-hit-broke-the-media-box-glass/","type":"wp-embed","providerNameSlug":"prameya-news-7"} /wp:embedଦି ସନ୍ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା ବ୍ରାଜିଲ୍ର ସୌଣ୍ଟୋ ଏଣ୍ଟୋନିୟୋ ଦା ପ୍ଲୈଟିନାରେ ଘଟିଛି । ପୋଲିସର ସୂଚନା ଅନୁଯାୟୀ, ବିଜୁଳି ମାରିବାକୁ ମୃତ୍ୟୁ ହୋଇଥିବା ଖେଳାଳି ହେଉଛନ୍ତି ୨୧ ବର୍ଷୀୟ ହେନେରିକ୍ ଡି ଲିମା ଗୋଙ୍ଗାବ୍ଲେସ୍ । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଫୁଟବଲ ଖେଳ ପଡ଼ିଆରେ ଏହି ଅଘଟଣ ଡିସେମ୍ବର ୧୦ ତାରିଖରେ ହୋଇଛି । ହେନରିକ୍ଙ୍କୁ ବିଜୁଳି ମାରିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
wp:html/wp:htmlHorror as footballer, 21, dies & six other players injured as massive lightning strike hits pitch during cuphttps://t.co/kRYMDy3KXi pic.twitter.com/SDVWBYEkb4
— The Sun Football ⚽ (@TheSunFootball) December 12, 2023
ଏହି ଫୁଟବଲ ଖେଳାଳିଙ୍କୁ ବିଜୁଳି ମାରବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଜୁଳି ମାରିବା ସମୟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ପଡ଼ିଆରେ ପଡ଼ିଯିବାର ଦେଖିବାକୁ ମିଳିଛି । ଦିନ ସନର ରିପୋର୍ଟ ମୁତାବକ ଖେଳ ସମୟରେ ମୁସଳଧାରାରେ ବର୍ଷା ହୋଇଥିଲା । ତେବେ ଆହତ ହୋଇଥିବା ୬ ଖେଳାଳିଙ୍କ ମଧ୍ୟରୁ ୫ଜଣ ଏବେବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।