ଦେଶରେ ୨ ବର୍ଷରେ ସମାପ୍ତ ହେବ ବାମପନ୍ଥୀ ଉଗ୍ରବାଦ: ଅମିତ ଶାହ

Published By : Prameya-News7 Bureau | October 06, 2023 IST

ନୂଆଦିଲ୍ଲୀ ୬।୧୦: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଜୋର ଦେଇ କହିଛନ୍ତି ଯେ ଆଗାମୀ ୨ ବର୍ଷରେ ଦେଶରୁ  ନକ୍ସଲବାଦ ଓ ବାମପନ୍ଥୀ ଉଗ୍ରବାଦକୁ ସମ୍ପୂର୍ଣ୍ଣ ସମାପ୍ତ କରିଦିଆଯିବ। ଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ଉପରେ ଅନୁଷ୍ଠିତ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ଗୃହମନ୍ତ୍ରୀ ଏହା କହିଛନ୍ତି। ଏହି ବୈଠକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ଜଗନମୋହନ ରେଡ୍ଡୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ଦେଶର ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ସବୁ ପ୍ରମୁଖଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ମଧ୍ୟ ଉପସ୍ଥିତ ଥିଲେ।

ନକ୍ସଲ ସମସ୍ୟାରେ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ ଗତ ୪ ଦଶନ୍ଧୀରେ ୨୦୨୨ ମସିହାରେ କମ୍‌ ହିଂସା ଓ ନକ୍ସଲ ଆକ୍ରମଣରେ ମୃତ୍ୟୁ ହୋଇଛି। ଦେଶରୁ ବାମପନ୍ଥୀ ଉଗ୍ରବାଦ ସମ୍ପୂର୍ଣ୍ଣ ସମାପ୍ତ କରିବା ପାଇଁ ଏକ ରୋଡମ୍ୟାପ ବନେଇବା ଉଦ୍ଦେଶ୍ୟରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା, କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଉପଭୋକ୍ତା ରାଜ୍ୟମନ୍ତ୍ରୀ ଅଶ୍ୱିନ ଚୌବେ ଓ ସଞ୍ଚାର ରାଜ୍ୟମନ୍ତ୍ରୀ ଦେବୁ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ।

wp:html /wp:html

ବୈଠକରେ ନକ୍ସଲ ପ୍ରଭାବିତ ଅଞ୍ଚଳର ଗୃହ ଓ ମୁଖ୍ୟ ଶାସନ ସଚିବଙ୍କ ବ୍ୟତୀତ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଇଣ୍ଟେଲିଜେନ୍ସି ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା, ଜାତୀୟ ଯାଞ୍ଚ ଏଜେନ୍ସୀ, ସଶସ୍ତ୍ର ସୀମା ବଳ, ସିଆରପିଏଫ, ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ ଓ ଇଣ୍ଡୋତୀବ୍ବତ ବର୍ଡର ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ଯୋଗଦେଇଥିଲେ। ବୈଠକରେ ଅଧିକାରୀମାନେ କହିଥିଲେ ଯେ ଗତ ୫ ବର୍ଷରେ ଦେଶରେ ବାମପନ୍ଥୀ ଉଗ୍ରବାଦ ସମ୍ପର୍କିତ ସୁରକ୍ଷା ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ସୁଧାର ହୋଇଛି। ବାମପନ୍ଥୀ ଉଗ୍ରବାଦ ସମ୍ପର୍କିତ ହିଂସାକାଣ୍ଡ ସଂଖ୍ୟା ୨୦୧୦ର ସର୍ବୋଚ୍ଚ ସ୍ତର ମୁକାବିଲାରେ ୨୦୨୨ରେ ୭୭ ପ୍ରତିଶତ ହ୍ରାସ ଦେଖାଯାଇଛି।

୨୦୧୦ ତୁଳନାରେ ୨୦୨୨ରେ ନାଗରିକ ଓ ସୁରକ୍ଷା ବଳଙ୍କ ମୃତ୍ୟୁ ସଂଖ୍ୟାରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି। କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ଦ୍ୱାରା ପ୍ରସ୍ତୁତ ତଥ୍ୟ ଅନୁସାରେ ୨୦୦୪ରୁ ୨୦୧୪ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ସମ୍ପର୍କିତ ୧୭,୬୭୯ଟି ଘଟଣା ହୋଇଥିଲା। ଏହି ସବୁ ଘଟଣାରେ ମୋଟ ୬,୯୮୪ ମୃତ୍ୟୁ ହୋଇଥିଲା। ଏହା ବିପରୀତରେ ୨୦୧୪ରୁ ୨୦୨୩ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ସମ୍ପର୍କିତ ୭,୬୪୯ଟି ଘଟଣା ହୋଇଥିବା ବେଳେ ୨ ହଜାର ୨୦ଟି ମୃତ୍ୟୁ ହୋଇଛି।

ଜାମ୍ମୁ କାଶ୍ମୀର ଡେମୋକ୍ରେଟିକ୍ ଫ୍ରିଡମ୍ ପାର୍ଟିକୁ ବେଆଇନ୍ ସଂଗଠନ ଘୋଷଣା କଲା ଗୃହମନ୍ତ୍ରଣାଳୟ, ୫ ବର୍ଷ ପାଇଁ ବ୍ୟାନ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.