ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ; ଉଭୟ ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବ ଭାରତ ଓ ସିଙ୍ଗାପୁର

Published By : Prameya-News7 Bureau | May 29, 2023 IST

ସିଙ୍ଗାପୁର I ଭୁବନେଶ୍ୱର ୨୯/୦୫: ତିନି ଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗଙ୍କୁ ଭେଟି ବିଭିନ୍ନ କ୍ଷେତ୍ରରେ ୨ ଦେଶର ସମ୍ପର୍କକୁ ମଜଭୂତ କରିବା ଉପରେ ଆଲୋଚନା କରିଛନ୍ତି। 

{"id":794496,"sizeSlug":"full","linkDestination":"none"}

ଏହି  ୨ ପ୍ରମୁଖ ମନ୍ତ୍ରୀଙ୍କ ସହ ବୈଠକରେ ଧର୍ମେନ୍ଦ୍ର ଭାରତ ଓ ସିଙ୍ଗାପୁର ମଧ୍ୟରେ ଦକ୍ଷତା ବିକାଶ, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଲୋଚନା କରିଛନ୍ତି। ଏହି ବୈଠକ ଫଳପ୍ରଦ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଉଭା ହେଉଥିବା ଭବିଷ୍ୟତ ଅସୀମିତ ସୁଯୋଗର ଅବସର ଦେଉଛି। ଉଭୟ ଦେଶକୁ ମିଳୁଥିବା ଲାଭ ଉପରେ କାର୍ଯ୍ୟ କରିବା ପାଇଁ ୨ ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି। ସେହିପରି ଜୀବନବ୍ୟାପୀ ଶିକ୍ଷା ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବା, ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ତଥା ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ରଣନୈତିକ ଭାଗିଦାରୀକୁ ଅଧିକ ଦୃଢୀଭୂତ କରିବା ଦିଗରେ ଆଲୋଚନା ହୋଇଛି।

{"id":794498,"sizeSlug":"full","linkDestination":"none"}

ସେହିପରି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସହ ଦକ୍ଷତା ବିକାଶକୁ ସୁଦୃଢ଼ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ନିକଟରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଓ୍ୱାର୍କସପର ଫଳାଫଳକୁ ନେଇ ବିଚାର ବିମର୍ଶ ହୋଇଥିଲା। ଭାରତର ଦକ୍ଷତା ପରିସଂସ୍ଥାନ ସାମ୍ନାରେ ଥିବା ଆହ୍ୱାନ ଏବଂ ପରିବର୍ତ୍ତନ ପାଇଁ ସିଙ୍ଗାପୁରର ଜ୍ଞାନ ଏବଂ ଅଭିଜ୍ଞତାକୁ କିପରି ଭାରତ ବ୍ୟବହାର କରିପାରିବ ସେ ଦିଗରେ ଆଲୋଚନା ହୋଇଥିଲା।

{"id":794499,"sizeSlug":"full","linkDestination":"none"}

ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନବ ସମ୍ବଳକୁ ପ୍ରଶିକ୍ଷିତ କରିବାରେ ସିଙ୍ଗାପୁର ଆପଣାଇଥିବା ମଡେଲ୍ ଏବଂ ବେଷ୍ଟ ପ୍ରାକ୍ଟିକ୍ସ ଉପରେ ମନ୍ତ୍ରୀଙ୍କ ଠାରୁ ଅବଗତ ହୋଇଥିଲେ। ସ୍କିଲିଂ ଉପରେ ପ୍ରାଥମିକତା ଦେଇ ନୂଆ ସୁଯୋଗ ସୃଷ୍ଟି କରିବା ତଥା ଉଭୟ ଦେଶର ପାରସ୍ପରିକ ଲାଭ ପାଇଁ ସେ ଆଲୋଚନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଧର୍ମେନ୍ଦ୍ର ସ୍ପେକ୍ଟ୍ରା ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସୂଚନାଥାଉକି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ସିଙ୍ଗାପୁରର ଏହି ୨ ମନ୍ତ୍ରୀଙ୍କୁ ଓଡ଼ିଶାର ପାରମ୍ପରିକ ପଟ୍ଟଚିତ୍ର ଉପହାର ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.