ଦେଢ଼ ଲକ୍ଷ ଲାଞ୍ଚ ନେଇ ଫେରୁଥିଲେ ଫରେଷ୍ଟ ଗାର୍ଡ, ପଡ଼ିଲେ ଭିଜିଲାନ୍ସ ହାବୁଡ଼ରେ

Published By : Prameya-News7 Bureau | January 04, 2024 IST

ନବରଙ୍ଗପୁର: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ। ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଫେରୁଥିବା ବେଳେ ଧରିଲା ଭିଜିଲାନ୍ସ। ସୂଚନା ଅନୁଯାୟୀ, ନନ୍ଦାହାଣ୍ଡି ବ୍ଲକ, ଜଗନ୍ନାଥପୁର ଫରେଷ୍ଟ ଗାର୍ଡ ବିନାୟକ ସୌରୀ ପ୍ରାୟ ୧ ଲକ୍ଷ ୫୩ ହଜାର ଟଙ୍କା ଲାଞ୍ଚ ନେଇ ଫେରୁଥିବା ଖବର ପାଇଥିଲା ଭିଜିଲାନ୍ସ।

ଏହାପରେ, ଜଗନ୍ନାଥପୁର ନିଜ କାର୍ଯ୍ୟସ୍ଥଳକୁ ଫେରୁଥିବା ସମୟରେ, ଖାତିଗୁଡ଼ା ଇନ୍ଦ୍ରାବଦୀ ପୋଲ ନିକଟରେ ଅଟକାଇବା ସହ ଫରେଷ୍ଟ ଗାର୍ଡଙ୍କ ବ୍ୟାଗରୁ ଉକ୍ତ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍‌। ତେବେ ବର୍ତ୍ତମାନ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଫରେଷ୍ଟ ଗାର୍ଡ ବିନାୟକଙ୍କୁ ଅଟକ ରଖି, ନବରଙ୍ଗପୁର ସହର ରାଜୁସାହି ସ୍ଥିତ ଫରେଷ୍ଟଗାର୍ଡଙ୍କ ଭଡ଼ାଘରକୁ ଯାଇ ଅଧିକ ତଦନ୍ତ କରୁଛି ଭିଜିଲାନ୍ସ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ଧରାପଡିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.