ମଧ୍ୟପ୍ରଦେଶ: ଆଦିବାସୀ ଯୁବକଙ୍କ ଉପରେ ନିଶାସକ୍ତ କର୍ମୀଙ୍କ ମୁତିବା ଘଟଣାରେ ଶିବରାଜ ସିଂହଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

Published By : Prameya-News7 Bureau | July 04, 2023 IST

ଭୋପାଲ ୪।୭: ମଧ୍ୟପ୍ରଦେଶ ସିଦ୍ଧିରୁ ଲଜ୍ଜିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ନିଶାରେ ଚୁର ବିଜେପି ନେତା ପାହାଚରେ ବସିଥିବା ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉପରେ ପରିଶ୍ରା କରୁଥିବାର ଦେଖାଯାଇଛି। କୁହାଯାଉଛି ଅଭିଯୁକ୍ତ ବ୍ୟକ୍ତି ବିଜେପି ବିଧାୟକ କେଦାର ଶୁକ୍ଳଙ୍କ ଜଣେ ପ୍ରତିନିଧି ଓ ସିଡିରେ ବସିଥିବା ଯୁବକ ଜଣେ ଆଦିବାସୀ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିରୋଧୀ ଦଳ ସରକାରଙ୍କ ଉପରେ ଆକ୍ରମକ ହୋଇ ଉଠିଛନ୍ତି।

କେଦାରନାଥ ଶୁକ୍ଲ ସିଦ୍ଧି ଜିଲ୍ଲାର ବିଜେପି ବିଧାୟକ ଓ ଯୁବକଙ୍କ ମୁହଁରେ ମୁତୁଥିବା ବ୍ୟକ୍ତି ତାଙ୍କ ପ୍ରତିନିଧି ପ୍ରବେଶ ଶୁକ୍ଳ ବୋଲି କୁହାଯାଉଛି। ଏ ନେଇ କଂଗ୍ରେସ ଏକ ଟ୍ୱିଟ୍‌ କରିଥିବା ବେଳେ ଆଦିବାସୀଙ୍କ ପ୍ରତି ବିଜେପିର ସମ୍ମାନ କେତେ ବୋଲି ଉଲ୍ଲେଖ କରିଛି। ଏହି ଭିଡିଓକୁ ନେଇ ରାଜ୍ୟରେ ରାଜନୀତି ଏବେ ପଡ଼ ଉଠ ହେଉଛି। କୁହାଯାଉଛି ଏହି ଭିଡିଓ ପାଖାପାଖି ୯ ଦିନ ପୂର୍ବର ଓ ଅତ୍ୟାଚାରିତ ଆଦିବାସୀ ଯୁବକ ଜଣେ ମାନସିକ ବିକାରଗ୍ରସ୍ତ। ଘଟଣା କୁବେରୀ ବଜାରରେ ହୋଇଛି।

ପକସୋ ମାମଲାରେ ହେଲା ବୃଜଭୂଷଣ ଶରଣ ସିଂହଙ୍କ ଶୁଣାଣି, ନାବାଳିକାଙ୍କ ପିତାଙ୍କୁ ନୋଟିସ୍ ପଠାଇଲେ କୋର୍ଟ

କୁହାଯାଉଛି ପ୍ରବେଶ ଶୁକ୍ଲା ବିଜେପିର ପୂର୍ବତନ ବିଧାୟକ ପ୍ରତିନିଧି ଓ ବର୍ତ୍ତମାନ ସେ ଜଣେ ସକ୍ରିୟ ବିଜେପି କାର୍ଯ୍ୟକର୍ତ୍ତା। ତେବେ ମାମଲାର ଏବେ ଯାଞ୍ଚ କରାଯାଉଥିବା ସିଦ୍ଧି ଆଡିସନାଲ ଏସପି ଅଞ୍ଜୁଲତା ପଟେଲ କହିଛନ୍ତି। ହେଲେଏ ସମ୍ପର୍କରେ ଯେବେ ବିଧାୟକ କେଦାରନାଥ ଶୁକ୍ଳାଙ୍କୁ ପଚରାଗଲା ସେ ଭିଡିଓରେ ଥିବା ବ୍ୟକ୍ତି ପ୍ରବେଶ ଶୁକ୍ଳ ନୁହନ୍ତି ବୋଲି ସଫାସଫା ମନା କରିଦେଇଛନ୍ତି। ତେବେ ଘଟଣାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁତର ସହ ଗ୍ରହଣ କରିଛନ୍ତି।

wp:html /wp:html

ମୁଖ୍ୟମନ୍ତ୍ରୀ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଅଭିଯୁକ୍ତକୁ ଜାତୀୟ ସୁରକ୍ଷା ଅଧିନିୟମ ଆଇନ(ଏନଏସଏ)ରେ ବୁକ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଯେଉଁଥିରେ ଘଟଣା ପାଇଁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଘଟଣାକୁ ରାଜ୍ୟରେ ବିରୋଧୀ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଏବେ ପ୍ରସଙ୍ଗ କରିଦେଇଛନ୍ତି। ବିଜେପିର ଆଦିବାସୀଙ୍କ ପ୍ରତି ମନଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.