ଭଦ୍ରକ ୧୯।୬: ବ୍ରିଜ୍ ଉପରୁ ଖସିଲା ପାଣି ବୋଝେଇ ଟ୍ରକ୍ । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିକଟରେ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପାଳଦାବାଙ୍କ ନିକଟରେ ବ୍ରିଜ୍ ତଳକୁ ଖସିଲା ଟ୍ରକ । କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଏକ ପାନୀୟ ଜଳ ଗୋଡ଼ାଉନରୁ ବିଳମ୍ବିତ ରାତିରେ ପାଣି ଲୋଡ୍ କରି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ ଡ୍ରାଇଭରକୁ ନିଦ ଆସିଯିବା କାରଣରୁ ଟ୍ରକ୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିବା ସୂଚନା ମିଳିଛି । ଚାଳକ ସାମାନ୍ୟ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ଓ ହେଲପର ସୁରକ୍ଷିତ ଥିବା ସୂଚନା ମିଳିଛି ।
You Can Read :
ଶ୍ରୀମନ୍ଦିରରେ ୪ ଘଣ୍ଟା ନୀତିକାନ୍ତି ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ମହାପ୍ରଭୁଙ୍କ ବିବାହ ନୀତି