ବୁଧବାରଠୁ ଜାଡ଼ରେ ଲାଗିବ ବ୍ରେକ୍ ! ୨ରୁ ୪ ଡିଗ୍ରୀ ବଢିପାରେ ତାପମାତ୍ରା, ୪ ଜିଲ୍ଲାକୁ କୁହୁଡ଼ି ଆଲର୍ଟ

Published By : Prameya-News7 Bureau | November 26, 2024 IST

ଭୁବନେଶ୍ୱର,୨୬/୧୧: ବୁଧବାରଠୁ ରାଜ୍ୟରେ କମିପାରେ ଜାଡ଼ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଅଧିକାଂଶ ସ୍ଥାନରେ ପାରଦ ପ୍ରାୟ ୨ରୁ ୪ଡିଗ୍ରୀ ସେଲସିୟସ୍‌  ବଢ଼ିବାର ସମ୍ଭାବନା ରହିଛି । 

ଜି.ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ । ଏଠାରେ  ରାତିର ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ୧୦ଡିଗ୍ରୀ,  ଭବାନୀପାଟଣା ଓ ଦାରିଙ୍ଗିବାଡ଼ିରେ ୧୧, ରାଉରକେଲାରେ ୧୧.୨,  ଝାରସୁଗୁଡ଼ାରେ ୧୧.୫, ସୁନ୍ଦରଗଡ଼, ବଲାଙ୍ଗିର ଓ କୋରାପୁଟରେ ୧୧.୮,  ନବରଙ୍ଗପୁରରେ ୧୨.୫, ଅନୁଗୁଳରେ ୧୩, ବୌଦ୍ଧରେ ୧୩.୫, କେନ୍ଦୁଝରରେ  ୧୩.୫ ଓ ଭଦ୍ରକରେ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । 

ଏପଟେ ଫୁଲବାଣୀ ଓ ରାଉରକେଲାରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି ।  ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଥିଲା । ସୁନ୍ଦରଗଡ଼ ଓ କୋରାପୁଟରେ ସ୍ୱଳ୍ପ କୁହୁଡ଼ି ଦେଖିବାକୁ ମିଳିଥିଲା । ଆସନ୍ତା ଦୁଇ ଦିନ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.