ଅଷ୍ଟ୍ରେଲିଆର ଧନୀ ଭାରତୀୟ; ଦିନେ ମାସିକ ରୋଜଗାର ଥିଲା ମାତ୍ର ୨୫୦୦, ଏବେ ଚଳାନ୍ତି ୧୩ ହଜାର କୋଟିର କମ୍ପାନୀ

Published By : Prameya-News7 Bureau | July 27, 2024 IST

ନୂଆଦିଲ୍ଲୀ ୨୭।୦୭:  ଭାରତରେ ଅରବପତିଙ୍କ ଲମ୍ବା ଲିଷ୍ଟ । ଏମାନେ କେବଳ ଦେଶରେ ନୁହେଁ ବରଂ ସାରା ଦୁନିଆରେ କରୁଛନ୍ତି ନିଜ ଦେଶର ନାଁ । ଏପରି କିଛି ବିଜନେସ୍‌ମ୍ୟାନ୍‌ ଅଛନ୍ତି ଯିଏକି ବିଦେଶରେ ମଧ୍ୟ କରୁଛନ୍ତି ରାଜ୍‌ । ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ହେଉଛନ୍ତି ବିବେକ୍‌ ଚନ୍ଦ୍ର ସେହଗଲ୍‌ । ଦିନେ ମାସିକ ରୋଜଗାର କରୁଥିଲେ ମାତ୍ର ୨୫୦୦ ଟଙ୍କା । ଏବେ ଚଳାଉଛନ୍ତି ୧୩ ହଜାର କୋଟିର କମ୍ପାନୀ । 

ବିବେକ ହେଉଛନ୍ତି ଅଷ୍ଟ୍ରେଲିଆରେ ରହୁଥିବା ସବୁଠାରୁ ଧନୀ ଭାରତୀୟ ବ୍ୟକ୍ତି । ସେହଗଲ୍‌ ‘ମଦରସନ୍‌’ ଗ୍ରୁପର ଅଧ୍ୟକ୍ଷ ଏବଂ ସହ ପ୍ରତିଷ୍ଠାତା ଅଟନ୍ତି ।  ଏହି କମ୍ପାନୀ ଅଗ୍ରଣୀ ଅଟୋ ପାର୍ଟ୍ସ କମ୍ପାନୀ ମଧ୍ୟରୁ ଗୋଟିଏ ।  ବିବେକ ଜଣେ ଭାରତୀୟ-ଅଷ୍ଟ୍ରେଲୀୟ ଅରବପତି ଅଟନ୍ତି ।  ତାଙ୍କ କମ୍ପାନୀରେ ୧ ଲକ୍ଷ ୮୦ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ବିବେକଙ୍କ ବ୍ୟବସାୟ ୪୧ ଦେଶରେ ୩୫୦ରୁ ଅଧିକ ସବୁଧା ଯୋଗାଉଛି । ବିଗତବର୍ଷ ତାଙ୍କ ରାଜସ୍ବ ବଢି ୯୮ କୋଟି ୬୯୨ କୋଟି ହୋଇଛି । 

ବିବେକଙ୍କ କମ୍ପାନୀର ନାଁ ମଦରସନ୍‌ । ବିବେକ ତାଙ୍କ କମ୍ପାନୀର ନାଁ ମଦରସନ୍‌ ଏଥିପାଇଁ ରଖିଛନ୍ତି ଯେ ସେ ତାଙ୍କ ମା ଶ୍ରୀମତି ସ୍ବର୍ଣ୍ଣଲତା ସେହଗଲଙ୍କ ସହ ମିଶି ୧୯୭୫ରେ ଏହି କମ୍ପାନୀ ଆରମ୍ଭ କରିଥିଲେ । ବର୍ତ୍ତମାନ ଏକ ବଡ ଗ୍ରୁପ ଭାବେ କାମ କରୁଛି ଏହି କମ୍ପାନୀ । ଅଟୋ ଇଣ୍ଡଷ୍ଟ୍ରିରେ ମଧ୍ୟ ରହିଛି ଏହାର ଉପସ୍ଥିତି । ବିବେକ ସେହଗଲଙ୍କ ଜେଜେବାପା ଜଣେ ସଫଳ ସୁନାରୀ ଥିଲେ ।

 ଏଥିପାଇଁ ସେ ଚାନ୍ଦି ବ୍ୟବସାୟରେ ପ୍ରଥମେ ପାଦ ଥାପିଥିଲେ । ସେତେବେଳେ ତାଙ୍କର ଥିଲା ବୟସ ମାତ୍ ୧୮ ବର୍ଷ । ୧୯୭୦ ଦଶକ ଆରମ୍ଭରେ ମାତ୍ର ୧ ଟଙ୍କାରେ ସେ ୧ କିଲୋ ରୂପା ବିକ୍ରି କରିବା ଆରମ୍ଭ କରିଥିଲେ । ଏହି ବ୍ୟବସାୟରୁ ସେ ମାସକୁ ପ୍ରାୟ ୨୫୦୦ ଟଙ୍କା ରୋଜଗାର କରୁଥିଲେ । ବିବେକ ରୂପା କାରବାର ଏବଂ ବିନିଯୋଗରେ ଦେଖିଥିଲେ ସମ୍ଭାବନା । ଆଉ ନିଜର ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କରିଥିଲେ । 

ସମୟ ସହିତ ଚାନ୍ଦି ବ୍ୟବସାୟ ଭଲ ଉପରକୁ ଉଠିଥିଲା । ଆଗକୁ ବଢିବାର ସମ୍ଭାବନ ଦେଖି ନିଜର ରୂପା ବ୍ୟବସାୟ କମ୍ପାନୀ ମଦରସନ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସମୟ ଆସିଥିଲା ରୂପା ବାଣିଜ୍ୟ ଖୁବଶୀଘ୍ର ଦେବାଳିଆ ସ୍ଥିତିକୁ ଆସିବାକୁ ଲାଗିଥିଲା । ଏତେ ସବୁ ଚ୍ୟାଲେଞ୍ଜ ପରେ ମଧ୍ୟ ସେହଗଲ୍‌ କେବେ ବି ମାନି ନାହାନ୍ତି ହାର । 

ଏହାପରେ ମଦରସନ୍ ଗ୍ରୁପ୍ ଅଟୋ ବ୍ୟବସାୟରେ ନିଜ ଭାଗ୍ୟ ପରୀକ୍ଷା କରିଥିଲା । ଆଉ ଗାଡି ପାର୍ଟ୍ସ ତିଆରି କରିବା ଆରମ୍ଭ କରିଥିଲା । ଏହି ବ୍ୟବସାୟ ବିବେକଙ୍କୁ ବେଶ୍‌ ସହାୟକ ହୋଇଥିଲା । ଆଉ ଋଣ ମୁକ୍ତି ହେବାରେ ବିବେକଙ୍କୁ ହୋଇଥିଲା ସହାୟକ । ସମ୍ୱର୍ଧନ ମଦରସନ୍ ଇଣ୍ଟରନ୍ୟାସନାଲ୍ ବର୍ତ୍ତମାନ ମୁଖ୍ୟତଃ ଅଟୋ ପାର୍ଟସ୍ର କରୁଛି କାରବାର । 

ସେହଗଲଙ୍କୁ ଅଧିକାଂଶ ସମ୍ପତ୍ତି ପଛରେ ଏହି ବ୍ୟବସାୟ ରହିଛି । ବର୍ତ୍ତମାନ ସମ୍ବର୍ଦ୍ଧନ ମଦରସନ ପାଖରେ ୧.୩ ଟ୍ରିଲିୟନର ବିଶାଳ ବଜାର ପୁଞ୍ଜିକରଣ  ଅଛି । ଫୋର୍ବସ ଅନୁଯାୟୀ ବିବେକ୍‌ ଚନ୍ଦ୍ର ସେହଗଲ ଅଷ୍ଟ୍ରେଲିଆର ସବୁଠାରୁ  ସବୁଠାରୁ ଧନୀ ଭାରତୀୟ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୭.୮ ବିଲିୟନ ଡଲାର । ଯାହା ଭାରତୀୟ ମୂଲ୍ୟରେ ୬୫ ହଜାର ୩୦୫ କୋଟି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.