UPSC ଲାଗି ଛାଡିଦେଲେ ମୋଟା ଦରମା, ଅଭିନେତାରୁ ବନିଗଲେ IAS ଅଫିସର

Published By : Prameya-News7 Bureau | July 24, 2024 IST

ନୂଆଦିଲ୍ଲୀ ୨୪/୦୭: ସିଭିଲ୍ ସର୍ଭିସ୍ ବା UPSC । ବେଶ୍ ସଂଘର୍ଷରୁ ମିଳେ ସଫଳତା । କରିବାକୁ ପଡେ କଠିନ ପରିଶ୍ରମ । ଆଉ ଅନେକ ଚେଷ୍ଟା ପରେ ମିଳିଥାଏ ସକ୍‌ସେସ୍ । UPSC କ୍ଲିୟର ପରେ IAS,IPS,IFS ଭଳି ବଡ଼ ବଡ଼ ଉଚ୍ଚ ପଦ ମିଳିଥାଏ । ତେବେ ଆଜିକାଲି ଅନେକଙ୍କ ନା ଏହି ଲିଷ୍ଟରେ । ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ ଅଭୟ ଡାଗା । ଦୀର୍ଘ ବର୍ଷ ପରେ ପୂରଣ ହୋଇଛି ତାଙ୍କ ସ୍ୱପ୍ନ । ସତ ଚେଷ୍ଟା ପରେ ସେ ବନିଛନ୍ତି ଆଇଏଏସ୍ । କିନ୍ତୁ ଅନ୍ୟମାନଙ୍କ ଠାରୁ ଟିକେ ହଟ୍‌କେ ତାଙ୍କର ସଂଘର୍ଷ କାହାଣୀ । କାରଣ ପ୍ରଶାସନିକ ସେବାକୁ ଆସିବା ପୂର୍ବରୁ ସେ ଥିଲେ ଜଣେ ଅଭିନେତା ।  

ମହାରାଷ୍ଟ୍ରର ୱାର୍ଦ୍ଧାରେ ଅଭୟ ଡାଗାଙ୍କ ଜନ୍ମ । ଅଭୟଙ୍କ ବାପା ମାଆ ପେଶାରେ ଡାକ୍ତର । ୱାର୍ଦ୍ଧାରେ ଥିଲା ସ୍କୁଲ ପାଠପଢା । ପରେ ହାଇଦ୍ରାବାଦରେ କରିଥିଲେ ଏକାଦଶ ଓ ଦ୍ୱାଦଶ ପାଠପଢା । ତେବେ ଗ୍ରାଜୁଏସନ୍ ପାଇଁ ସେ ଚାଲିଯାଇଥିଲେ ଆଇଆଇଟି ଖଡ଼ଗପୁର । କଲେଜରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଅଭିନୟ କରୁଥିଲେ ଅଭୟ । ଆଉ ଅଭୟଙ୍କ ଅଭିନୟ ଦେଖଣାହାରୀଙ୍କୁ କରିଥିଲା ଆକୃଷ୍ଟ । ଭଲ ଅଭିନୟ କରୁଥିବାରୁ ବିଭିନ୍ନ ସିରିଏଲ୍ ଓ ନାଟକ ପାଇଁ ଦେଇଥିଲେ ଅଡ଼ିସନ୍ । ସେହି ସମୟରେ ଷ୍ଟାର ପ୍ଲସ୍‌ର ‘ସିୟା କେ ରାମ୍' ରେ ତାଙ୍କୁ ଅଭିନୟ କରିବାର ମିଳିଥିଲା ସୁଯୋଗ ।  


୨୦୧୮ରେ ମାଇକ୍ରୋସଫ୍ଟର ସାଇବର ଟିମ୍‌ରେ କାମ କରିବା ଆରମ୍ଭ କରିଥିଲେ । ତେବେ ସେହି ସମୟରେ ଦେଶରେ ଆରମ୍ଭ ହୋଇଥିଲା ୟୁପିଆଇ ବ୍ୟବସ୍ଥା । ଅନେକ ଠକେଇର ଶିକାର ହୋଇଥିଲେ ଲୋକ । ଅଭୟଙ୍କୁ ଏସବୁ ଠିକ୍ ନ ଲାଗିବାରୁ ୨୦୨୧ରେ ସେ ବାଧ୍ୟ ହୋଇ ଛାଡିଥିଲେ ଚାକିରୀ । ତେବେ ଅଭୟ ଏପରି ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିଲେ ପରିବାର। ୨୦୨୧ ରୁ ୨୦୨୩ ଦୁଇ ବର୍ଷ କରିଥିଲେ କଠିନ ପରିଶ୍ରମ । ୨୦୨୩ରେ ପ୍ରଥମ ଥର ଲାଗି ଦେଇଥିଲେ UPSC ପରୀକ୍ଷା । ଆଉ ତାଙ୍କର ପ୍ରଥମ ପ୍ରଚେଷ୍ଟା ବଳରେ ଜିଣିଗଲେ ସବୁ କିଛି ।

କୁହାଯାଏ ସଂଘର୍ଷ ହିଁ ସଫଳତାର ଚାବିକାଠି । ମନରେ ଦୃଢ ଆତ୍ମବିଶ୍ୱାସ ଥିଲେ ଅସମ୍ଭବ ବି ସମ୍ଭବ । ଯାହାକୁ କରିଦେଖାଇଥିଲେ ଅଭୟ ଡାଗା । ଦୁଇ ବର୍ଷର କଠିନ ପରିଶ୍ରମ ପରେ ଅଭୟ ୧୮୫ ରାଙ୍କ ରଖି କ୍ରାକ୍ କରିଥିଲେ UPSC । ଶେଷରେ ବନିଗଲେ IAS ଅଫିସର ।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.