‘ସମୁଦ୍ରତଳୁ ବି ଖୋଜି ବାହାର କରିବୁ’, ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ମାମଲାରେ ରକ୍ଷାମନ୍ତ୍ରୀଙ୍କ ବୟାନ

Published By : Prameya-News7 Bureau | December 26, 2023 IST

ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତର ଶକ୍ତି ବଢିଛି । ଚୀନ ଏବଂ ପାକିସ୍ତାନକୁ କଡ଼ା ଜବାବ ଦେବା ପାଇଁ ଆଇଏନଏସ ଇମ୍ଫାଲ ପ୍ରସ୍ତୁତ ଅଛି । ସ୍ୱଦେଶର ନିର୍ମିତ ଷ୍ଟିଲ୍ଥ ଗାଇଡେଡ୍ ମିସାଇଲ୍ ବିଧ୍ୱଂସକ ଆଇଏନଏସ ଇମ୍ଫାଲ ମଙ୍ଗଳବାର ମୁମ୍ୱାଇ ନୌସେନାରେ ସମାରୋହରେ ନୌସେନାରେ ସାମିଲ ହୋଇଛି । ଏହି କାର୍ଯ୍ୟକ୍ରମରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଭାରତୀୟ ନୌସେନାର ଅଧିକାରୀ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଭାଗ ନେଇ ରାଜନାଥ ସିଂ କହିଛନ୍ତି, 'ଆଇଏନଏସ୍ ଇମ୍ଫାଲର ସବୁଠୁ ବଡ଼ ଶକ୍ତି ହେଉଛି ଏହା ସମ୍ପୂର୍ଣ୍ଣ ରୂପେ ସ୍ୱେଦଶରେ ନିର୍ମିତ ଯୁଦ୍ଧପୋତ । ଆଇଏନଏସ ଇମ୍ଫାଲ ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବ'।

wp:html /wp:html

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ଟ୍ରେଡ୍ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତ ଏକ ଦ୍ୱୀପ ଦେଶ ଅଟେ । ଜିଓଗ୍ରାଫି ଦୁଇ ପ୍ରକାର ହୋଇଥାଏ, ଫିଜିଲକ୍ ଜିଓଗ୍ରାଫି ଓ ହ୍ୟୁମନ ଜିଓଗ୍ରାଫି । ଫିଜିଲକ ଜିଓଗ୍ରାଫିରେ ପାହାଡ଼ ଓ ଭ୍ୟାଲି ଆସିଥାଏ । ଅନ୍ୟପଟେ ହ୍ୟୁମନ ଜିଓଗ୍ରାଫିରେ ମନୁଷ୍ୟ ସମାଜ ଓ ସଭ୍ୟତା ଆସିଥାଏ । ଉଲ୍ଲେଖଯୋଗ୍ୟ ଯେ ଉତ୍ତରରେ ହିମାଳୟ ଓ ପଶ୍ଚିମରେ ପାକିସ୍ତାନ ସହ ଶତ୍ରୁତାଯୋଗୁଁ ସେପଟୁ ଆମର ବାଣିଜ୍ୟ ହୋଇପାରୁ ନାହିଁ । ଆମର ଅଧିକାଂଶ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ସମୁଦ୍ର ଦ୍ୱାରା ହେଉଛି ।

ପଢନ୍ତୁ: ସମୁଦ୍ରରେ ବଢ଼ିଲା ନୌସେନାର ଶକ୍ତି; INS ଇମ୍ଫାଲ ଜଳାବତରଣ, ଲାଗିଛି ମହାବିନାଶକ ସୁପରସୋନିକ୍ ବ୍ରହ୍ମୋସ୍

ରାଜନାଥ ସିଂ କହିଛନ୍ତି, 'ଆଜିକାଲି ସାମୁଦ୍ରିକ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି । ଭାରତର ବଢୁଥିବା ଶକ୍ତିରେ ସମସ୍ତେ ଇର୍ଶା କରୁଛନ୍ତି । ଆରବ ଓ ଲାଲ ସାଗରରେ ଜାହାଜ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣକୁ ଭାରତ ଗମ୍ଭୀରତା ସହ ନେଇଛି । ଭାରତୀୟ ନୌସେନା ସମୁଦ୍ରରେ ନିଜର ନିରୀକ୍ଷଣକୁ ବଢାଇଛି । ଯେଉଁମାନେ ଭାରତ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେମାନଙ୍କୁ ଆମେ ସମୁଦ୍ରତଳୁ ବି ଖୋଜି ବାହାର କରିବୁ'।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.