ଆଜିର ବୈଠକରେ ବାହାରିଲାନି ନିଷ୍କର୍ଷ ; ଶିମ୍‌ଲାରେ ହେବ ପରବର୍ତ୍ତି ବୈଠକ

Published By : Prameya-News7 Bureau | June 23, 2023 IST

ପାଟନା: ଆଜି ବିହାରରେ ବିରୋଧୀ ଦଳଙ୍କର ମହାମେଣ୍ଟ ପାଇଁ ବୈଠକ ଆୟୋଜିତ ହୋଇଛି। ବୈଠକରେ ବିଜେପିକୁ ରୋକିବାକୁ ବିଭିନ୍ନ ଦଳ ନିଜ ନିଜର ଯୋଜନା ବାଣ୍ଟିଛନ୍ତି।

ବୈଠକରେ ଯୋଗ ଦେଇ ରାହୁଲ କହିଛନ୍ତି ଯେ ବର୍ତ୍ତମାନ ଭାରତର ଗଣତନ୍ତ୍ର ବିପଦରେ ରହିଛି। ହେଲେ ବିରୋଧୀ ଦଳମାନେ ନମ୍ରତା ସହ ମୂଲ୍ୟବୋଧକୁ ସମ୍ମାନ ଦେଇ କାମ କରିବେ। ଶିଟ୍ ଶେୟାର କରିବାକୁ ରାଜି ବୋଲି କଂଗ୍ରେସ କହିଛି। ୨୦୨୪ରେ ବିଜେପିକୁ ହରାଇବାକୁ ହେଲେ ବିରୋଧୀଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି ରାହୁଲ କହିଛନ୍ତି। ପରବର୍ତ୍ତି ବିରୋଧୀ ବୈଠକ ସିମ୍‌ଲାରେ ହେବ ବୋଲି କଂଗ୍ରେସ ସୂଚନା ଦେଇଛି। ଶିମ୍‌ଲା ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷତା କରିବେ ବୋଲି ସୂଚନା ମିଳିଛି। ଜୁଲାଇ ଓ ଅଗଷ୍ଟରେ ୧୦-୧୨ ତାରିଖରେ ମଧ୍ୟରେ ହିମାଚଳରେ ବୈଠକ ଆୟୋଜିତ ହେବ ବୋଲି ଶ୍ରୀ ଖଡ଼ଗେ କହିଛନ୍ତି।

ପଢ଼ନ୍ତୁ-ମଜଭୁତ ହେଲା ମୋଦି ଓ ବାଇଡେନଙ୍କ ସମ୍ପର୍କ, ରାଜିନାମା ପରେ ରାଜିନାମା, ଭାରତକୁ ମିଳିଲା ୮ ଖୁସି ଖବର

ପାଟନା ବୈଠକରେ ବିରୋଧୀଙ୍କ ମଧ୍ୟରେ ତୁତୁ ମେ ମେ ଯୋଗୁ କୌଣସି ନିଷ୍କର୍ଷ ବାହାରିପାରିଲା ନାହିଁ। ତେଣୁ ଅଗଷ୍ଟରେ ଶିମ୍‌ଲାରେ ବିରୋଧୀଙ୍କ ଦୁଇଦିନିଆ ବୈଠକ ବସିବ। ଏଥିପାଇଁ ସଂଯୋଜକ କି ଏହେବ ସେ ନଇ ଆଜି ବିରୋଧୀ ବୈଠକ ବସିଥିଲା।  

ବିହାରରେ ବୈଠକ ବସିଥିବା ବେଳେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ  ଅଧୀର ରଞ୍ଜନ ଚୌଧୁରୀ ଟିଏମ୍‌ସିକୁ ଚୋରମାନଙ୍କର ଦଳ ବୋଲି କହିଥିଲେ। ସେହିପରି ରାଜ୍ୟରେ ଟିଏମ୍‌ସି ପ୍ରତି କଂଗ୍ରେସର ଆଭିମୁଖ୍ୟକୁ ମମତା ସମାଲୋଚନା କରିଥିଲେ। ସମସ୍ତଙ୍କୁ ବଡ଼ ହୃଦୟ ଦେଖାଇବାକୁ ପଡ଼ିବ। ତା ନହେଲେ  ବିଜେପି ଏହାର ଫାଇଦା ଉଠାଇବ ବୋଲି ମମତା କହିଛନ୍ତି। ସେପଟେ ମହାରାଷ୍ଟ୍ର ରାଜନୀତିରେ ୨୫ ବର୍ଷ ଅଲଗା ଚାଲିବା ପରେ ଏକାଠି ହୋଇଛନ୍ତି ଉଦ୍ଧବ ଠାକରେ ଓ ଶରଦ ପାୱାର। ଆଜିର ବୈଠକରେ କଂଗ୍ରେସ ଆପ୍‌ ମତାନ୍ତରକୁ ସାଇଡ୍ କରି ଦୁଇ ଦଳ ବିରୋଧୀଙ୍କ ଆଭିମୁଖ୍ୟକୁ ସମର୍ଥନ କରିଥିଲେ।

ଏହି ଖବର ପଢ଼ନ୍ତୁ -ରେଳବାଇ କ୍ଷେତ୍ରରେ ଆମେରିକା ସହ ଭାରତର MoU, ଅଙ୍ଗାରକାମ୍ଳ ବିକିରଣ ହ୍ରାସ ଓ ବିକଳ୍ପ ଶକ୍ତି ଉପଯୋଗ ଲକ୍ଷ୍ୟ

ଆଜିର ବୈଠଖରେ ବିରୋଧୀ ଦଳଙ୍କ ମଧ୍ୟରୁ କାହାକୁ ସଂଯୋଜକ କରିବାକୁ ନେଇ ଆଜି ଆଲୋଚନା ହେବା ସହିତ କେନ୍ଦ୍ରର ଅର୍ଡିନାନ୍ସ ବିରୋଧରେ ସ୍ୱର ଉଠାଇଥିଲା ଆପ୍। ମାମାରେ ଦଳକୁ ସମର୍ଥନ କରିବାକୁ କଂଗ୍ରେସକୁ ଉଦ୍ଧବ ସିବଶେନାଙ୍କ ସମେତ ଅନ୍ୟ ଦଳ ଅନୁରୋଧ କରିଥିଲେ। ତେବେ ଉମାର ଅବଦୁଲ୍ଲା କିନ୍ତୁ ଧାରା ୩୭୦ ନେଇ କେଜରିୱାଲ୍‌ଙ୍କ ଉପରେ ବର୍ଷିଥିଲେ।

ସେପଟେ ଆଜିର ବିରୋଧୀ ବୈଠକକୁ ଏଆଇଏମ୍‌ଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଆସିନଥିଲେ, କି ତାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ଏନେଇ ସେ ପ୍ରତିକ୍ରିୟା ଦେଇ କହିଛନ୍ତି “ଜେଡିୟୁ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛି। ମୁଁ ସତ କୁହେ ବୋଲି ମୋତେ ବିରୋଧ ବୈଠକକୁ ଡକା ଗଲା ନାହିଁ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.