କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର ! ଝିଅର ଚିକିତ୍ସା ପାଇଁ ଆସିଥିଲେ

Published By : Prameya-News7 Bureau | April 13, 2024 IST

ଭୁବନେଶ୍ବର ୧୩।୪: କ୍ୟାପିଟାଲ ହସ୍ପିଟାଲରେ ଅଭାବନୀୟ ଘଟଣା । ଝିଅର ଚିକିତ୍ସା କରିବାକୁ ଆସିଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ହସ୍ପିଟାଲର ସୁରକ୍ଷା କର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କଲେ ମହିଳା । ୭ ବର୍ଷ ଝିଅର ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିବା ମହିଳାଙ୍କୁ ସେଠାରେ ଥିବା ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । 

ସୂଚନା ଅନୁସାରେ ଓଲ୍ଡ ଟାଉନରେ ରହୁଥିବା ଆରତୀ ମିଶ୍ରଙ୍କ ୭ ବର୍ଷର ଝିଅକୁ ଜ୍ଵର ହେବାରୁ ତାଙ୍କ ସ୍ବାମୀଙ୍କ ସହ ହସ୍ପିଟାଲର ପେଡିଆଟ୍ରିକ୍ ବିଭାଗରେ ଦେଖାଇଥିଲେ । ଡ଼ାକ୍ତର ଇଞ୍ଜେକସନ ଦେଇ ୧ ଘଣ୍ଟା ଅପେକ୍ଷା କରିବାକୁ କହିଥିଲେ । କୁନି ଝିଅ ପେଡିଆଟ୍ରିକ୍ ବିଭାଗ ସମ୍ମୁଖରେ ଥିବା ଚିଲ୍ଡରେନ୍ ପାର୍କରେ ଲାଗିଥିବା ଦୋଳିରେ ବସି ଝୁଲିବା ସହ ନିଜ ବାପାଙ୍କୁ ଡାକିଥିଲା । କୁନି ଝିଅ ଜିଦ୍ କରିବାରୁ ବାପା ମଧ୍ୟ ଦୋଳିରେ ବସିଥିଲେ । ଏହା ଦେଖି ସେଠାରେ ଥିବା ସିକ୍ୟୁରିଟି ତାଗିଦ କରିଥିଲେ । ଏଥି ମଧ୍ୟରେ ଆଉ ଜଣେ ସୁରକ୍ଷାକର୍ମୀ ସେଠାରେ ଥିବା ଆରତୀ ଏବଂ ତାଙ୍କ ସ୍ବାମୀଙ୍କୁ ଦୁର୍ବ୍ୟବହାର କରି ଚାଲି ଯାଇଥିଲେ । ପରେ ଆରତୀ ସେହି ସୁରକ୍ଷାକର୍ମୀଙ୍କୁ ଦେଖି ତାଙ୍କୁ ଏସବୁ ପଚାରିବାରୁ ସୁରକ୍ଷାକର୍ମୀ ଜଣକ ଚାଲିଯିବା ବେଳେ ତାଙ୍କୁ କଲର ଧରି ଗାଲକୁ ଚାପୁଡ଼ା ମାରିଥିଲେ । ପରେ ଏନେଇ ଆରତୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ସେପଟେ ସୁରକ୍ଷାକର୍ମୀ ନିଜ ପ୍ରତିକ୍ରିୟା ଦେବାକୁ ମନା କରିବା ସହ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

You Can Read :

ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ରାଜ୍ୟ ସଂପାଦକ ଅଜୟ ନାୟକ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.