ଚପ୍‌ଷ୍ଟିକ୍‌ରେ ଚାଉଳଦାନା ଖାଇ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ କଲେ ମହିଳା, ସାମ୍ନାକୁ ଆସିଲା ଫଟୋ

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ ୩୦।୦୯; ଚପ୍‌ଷ୍ଟିକ୍‌ରେ ଚାଉଳଦାନା ଖାଇବା କଥା ଶୁଣି ଅନେକ ହୁଏତ ଆଶ୍ଚର୍ଯ୍ୟ  ହୋଇପାରନ୍ତି । କିନ୍ତୁ ବାଂଲାଦେଶର ଜଣେ ମହିଳା ଚପ୍‌ଷ୍ଟିକ୍‌ ସାହାଯ୍ୟରେ  ଚାଉଳଦାନା ଖାଇ ଗିନିଜ୍‌ ବୁକ୍‌ ଅଫ୍‌ ୱର୍ଲଡ ରେକର୍ଡସ୍‌ରେ ତାଙ୍କର ନାମକୁ  ସାମିଲ କରିଛନ୍ତି । ସେ ହେଲେ ସୁମୈୟା ଖାନ୍‌ । ସୁମୈୟା ଏକ ମିନିଟ୍‌ରେ  ଚପ୍‌ଷ୍ଟିକ୍‌ ଦ୍ୱାରା ୩୭ଟି ଚାଉଳଦାନା ଖାଇଥିବା  ସୂଚନା ମିଳିଛି । 

ଚଳିତବର୍ଷ ଫେବ୍ରୁଆରୀ  ୧୭ ତାରିଖରେ ସେ ଏହି ଚାଲେଞ୍ଜିଂ  କାର୍ଯ୍ୟକୁ ପୂରା କରିଥିବାବେଳେ  ନିକଟରେ ଗିନିଜ୍‌ କର୍ତ୍ତୃପକ୍ଷ ତାର ଏକ ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ  ସେୟାର କରିଛନ୍ତି । ସେହି ଭିଡିଓରେ ଦେଖିବାକୁ ମିଳୁଛି ଯେ,  ସୁମୈୟା ଏକ ଚେୟାର ଉପରେ ବସିଛନ୍ତି । 

ତାଙ୍କ ସାମ୍ନାରେ ଟେବୁଲ  ଉପରେ ଏକ ପାତ୍ରରେ କିଛି ଚାଉଳ ଦାନା ରଖାଯାଇଛି । ସେ ତାକୁ   ଯଥାଶୀଘ୍ର ଚପ୍‌ଷ୍ଟିକ୍‌ ସାହାଯ୍ୟରେ ଖାଇବାକୁ ଉଦ୍ୟମ କରୁଛନ୍ତି ।  ଟାର୍ଗେଟ୍‌ ପୂରଣ ପରେ ସେ ଖୁସିରେ ନିଜର ଉପଲବ୍ଧିକୁ ପାଳନ  କରୁଥିବା ଦେଖିବାକୁ  ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.