ଦିଲ୍ଲୀର ଅନେକ ଅଞ୍ଚଳରେ ଜାରି ହେଲା ଧାରା୧୬୩ , ଅକ୍ଟୋବର ୫ ପର୍ଯ୍ୟନ୍ତ ରହିବ ବଳବତ୍ତର

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ ୩୦।୯: ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ସୋମବାର ଭାରତୀୟ ନ୍ୟାୟ ସଂହିତ (ବିଏନଏସ) ଧାରା ୧୬୩ ଜାରି ହୋଇଛି। ଏହି ଧାରା ଆଗାମୀ ୬ ଦିନ ପାଇଁ ବଳବତ୍ତର ରହିବ। ନୂଆ ଦିଲ୍ଲୀ, କେନ୍ଦ୍ରୀୟ ଦିଲ୍ଲୀ ଓ ଉତ୍ତର ଦିଲ୍ଲୀ ବ୍ୟତୀତ ସବୁ ବର୍ଡରରେ ୧୬୩ ଧାରା ଜାରି ହୋଇଛି। ଏହା ୩୦ ସେପ୍ଟେମ୍ବରର ୫ ଅକ୍ଟୋବର ପର୍ଯ୍ୟନ୍ତ ବଳବତ୍ତର ରହିବ। ଦିଲ୍ଲୀ ପୋଲିସ କମିଶନର (ସିପି) ଏହି ଆଦେଶ ଜାରି କରିଛନ୍ତି। 

୧୬୩ ଧାରା ଜାରି ଥିବା ବେଳେ ଜାତୀୟ ରାଜଧାନୀରେ କୌଣସି ପ୍ରକାରର ବିକ୍ଷୋଭ ପ୍ରଦର୍ଶନ ଉପରେ କଟକଣା ଲାଗିଛି। ଦିଲ୍ଲୀ ପୋଲିସ ୱାକଫ ବୋର୍ଡ ସଂଶୋଧନ ବିଧେୟକ ସମେତ ଇଦଗାହ ମାମଲା ଓ ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁ ଜାତୀୟ ରାଜଧାନୀରେ ଆଇନ ଶଋଙ୍ଖଳା ବିଭ୍ରାଟର ଆଗୁଆ ସୂଚନା ମିଳିଛି। ଏହା ପରେ ପୋଲିସ ପକ୍ଷରୁ ଧାରା ୧୬୩ ଜାରି ନିମନ୍ତେ ପଦକ୍ଷେପ ନିଆଯାଇଛି। 

ଏହା ପୂର୍ବରୁ ଧାରା ୧୪୪ ଜାରି ହେଉଥିଲା। ତେବେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) କାର୍ଯ୍ୟକାରୀ ହେବା ପରେ ୧୬୩ ଧାରା ୧୪୪ର ସ୍ଥାନ ନେଇଛି। ଏହି ଧାରା ଲାଗୁ ହେବା ଯୋଗୁ କୌଣସି ସ୍ଥାନରେ ୫ ବା ତତୋଧିକ ଲୋକ ଏତ୍ରିତ ହୋଇ ପାରିବେ ନାହିଁ। ଏହା ଛଡା ଜନସଭା, ପଥପ୍ରାନ୍ତ ସଭା, ଶୋଭାଯାତ୍ରା ଆଦି ବିନା ଅନୁମତିରେ ଅନୁଷ୍ଠିତ ହୋଇ ପାରିବ ନାହିଁ। ଦିଲ୍ଲୀ ପୋଲିସ କମିଶନରଙ୍କ ପକ୍ଷରୁ ଜାରି ଆଦେଶ ଅନୁସାରେ ଏହି ଧାରା ବଳବତ୍ତର ଥିବା ବେଳେ କୌଣସି ବ୍ୟକ୍ତି କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ସହ ଏକତ୍ରୀତ ହୋଇ ପାରିବେ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.