ଏବେ ଆପଣ ଦେଖି ପାରିବେ ଆପଣଙ୍କ ଆଖପାଖର ୨୦ ବର୍ଷ ପୁରୁଣା ଦୃଶ୍ୟ, ଜାଣନ୍ତୁ କେମିତି କରିବେ ୟୁଜ୍

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ ୩୦।୯:   ଦୁନିଆକୁ ଯେମିତି ଯେମିତି ନୂଆ ଟେକ୍ନୋଲଜି ସବୁ ଆସୁଛି, ସେମିତି ଆମ ଆଖପାଖ ଅଞ୍ଚଳର ରୂପରେଖ ମଧ୍ୟ ବଦଳିବାରେ ଲାଗିଛି। ଆଜିଠୁ ୨୦-୩୦ ବର୍ଷ ପଛକୁ ଫେରିବା ଆମ ପାଇଁ ବାସ୍ତବିକ କଷ୍ଟସାଧ୍ୟ, ହେଲେ ଗୁଗୁଲ ସେହି ସମୟର ଦୃଶ୍ୟ ଆପଣଙ୍କୁ ଦେଖାଇ ପାରିବ। ଗୁଗଲ ତାଙ୍କ ଗୁଗଲ ଆର୍ଥ ଓ ଗୁଗଲ ମ୍ୟାପସ ପାଇଁ ଏପରି ଫିଚର  ଜାରି କରିଛନ୍ତି, ଯାହା କିଛି ଖାସ୍ ସ୍ଥାନକୁ ତା ପୁରୁଣା ଅବସ୍ଥାରେ ଦେଖାଇ ପାରୁଛି। 

ଅର୍ଥାତ ଏବେ ଆପଣ ଆପଣଙ୍କ ସ୍ମାର୍ଟଫୋନ ଓ କମ୍ପ୍ୟୁଟରରେ କୌଣସି ଖାସ ସ୍ଥାନକୁ ୨୦-୩୦ ବର୍ଷ ତଳେ କିପରି ଦେଖାଯାଉଥିଲା ଦେଖି ପାରିବେ। ଗୁଗଲ ତାଙ୍କ ମ୍ୟାପ୍ ସର୍ଭିସରେ ଟାଇମ ମେସିନ ଭଳି ଫିଚର ସହ ସଂଯୁକ୍ତ କରିଛନ୍ତି। ଏହା ସାହାଜ୍ୟରେ ଆପଣ ଟାଇମ ଟ୍ରାଭେଲ କରି ସେହି ଜାଗା ଗୁଡିକୁ ପୁରୁଣା ରୂପରେ ଦେଖି ପାରିବେ, ଯାହା ଆପଣ ଦେଖିବାକୁ ଚାହାଁନ୍ତି। ଏହି ଫିଚର ମାଧ୍ୟମରେ ଆପଣ ବିଲ୍ଡିଂ, ସଡ଼କ ବା କୌଣସି ଖାସ ସ୍ଥାନକୁ ସେହି ସମୟରେ ଦେଖି ପାରିବେ ଯେତେବେଳେ ଏହା ନିର୍ମିତ ହେଉଥିଲା। 

ଗୁଗଲ ବ୍ଲଗପୋଷ୍ଟରେ କହିଛନ୍ତି ଯେ ବର୍ଲିନ, ଲଣ୍ଡନ, ପ୍ୟାରିସ ଭଳି ସହରଙ୍କ ଖାସ ସ୍ଥାନଗୁଡିକୁ ୧୯୩୦ ପରବର୍ତ୍ତି ସମୟରୁ ଏ ପର୍ଯ୍ୟନ୍ତ ଦେଖି ପାରିବେ। ଏହି ଫିଚରକୁ ବ୍ୟବହାର କରିବା ଲାଗି ଆପଣ ଗୁଗଲ ମ୍ୟାପସ୍‌ ବା ଗୁଗଲ ଆର୍ଥକୁ ଯାଇ ସେହି ସ୍ଥାନକୁ ସର୍ଚ୍ଚ କରିବାକୁ ପଡିବ ଯେଉଁ ସ୍ଥାନକୁ ଆପଣ ଦେଖିବାକୁ ଚାହୁଁଛନ୍ତି। ଏହା ପରେ ଆପଣ ଲେୟର୍ସ ଅପସନକୁ ଯାଇ ଟାଇମଲାପସ୍ ଅପସନ ଚାଲୁ କରିଦେବାକୁ ପଡିବ। ଏହା ସହିତ ଆପଣ ଅତୀତକୁ ଯାଇ ସେହି ଜାଗାକୁ ଦେଖି ପାରିବେ। 

ଗୁଗଲ ତାଙ୍କ ଷ୍ଟ୍ରିଟ୍ ଭ୍ୟୁ ମଧ୍ୟ ଅପଡେଟ କରିଛନ୍ତି। ଏବେ ଷ୍ଟ୍ରିଟ୍ ଭ୍ୟୁରେ କାର ଓ ଟ୍ରେକରରୁ ଉଠାଯାଇଥିବା ୨୮୦ ବିଲିୟନରୁ ଅଧିକ ଫଟୋ ଦେଖି ପାରିବେ। ଏହା ସାହାଜ୍ୟରେ ଆପଣ ଦୁନିଆର ଅଲଗା ଅଲଗା ସ୍ଥାନ ମଧ୍ୟ ବୁଲି ପାରିବେ, ଯେପରି ସେହି ସବୁ ସ୍ଥାନକୁ ଆପଣ ବାସ୍ତବରେ କେବେ ଯାଇଥିଲେ। ଏହା ଛଡା ଆପଣ ଏହି ଫିଚର ସାହାଜ୍ୟରେ ଆପଣ ସାରା ଦୁନିଆର ରୋଡ ଓ ବିଲ୍ଡିଂକୁ ସେପରି ଦେଖି ପାରିବେ ଯେପରି ଆପଣ ପାଖରେ ଛିଡା ହୋଇଛନ୍ତି। ଗୁଗଲ ଷ୍ଟ୍ରିଟ୍ ଭ୍ୟୁ ଫିଚରକୁ ୮୦ ଦେଶରେ ଜାରି କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.