ଝାରସୁଗୁଡ଼ା ୦୧।୦୮ : ୬୦ କିଲୋମିଟର ଭାସିବା ପରେ ମହିଳା ଉଦ୍ଧାର । ମହାନଦୀ ପାଣିରୁ ଛତିଶଗଡ଼ର ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ୪ ବର୍ଷ ପରେ ପୁଣି ଥରେ ପୁନଃରାବୃତ୍ତି ହୋଇଛି ସୋନି ଯାଦବର ଘଟଣା ।
କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଗୁରୁବାର ସକାଳୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଛତିଶଗଡ଼ର ପୁରଥ ନିକଟରେ ସରୋଜିନୀ ରଣବିର ନାମକ ଜଣେ ମହିଳା ମହାନଦୀରେ ପ୍ରାୟ ୬୦ କିମି ଭାସି ଆସିଥିଲେ। ସକାଳୁ ସକାଳୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ନିକଟରେ ମହାନଦୀ କୂଳରେ ଲାଗିଥିଲେ। ମହାନଦୀକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ସରୋଜିନୀଙ୍କ ଗୋଡରେ ଲୁହା କଡ଼ି ବନ୍ଧାଥିବା ଦେଖିବାକୁ ମିଳିଛି। ସେ କେଉଁ ପରିସ୍ଥିତିରେ ମହାନଦୀରେ ଭାସି ଆସିଲେ ତାହା ଜଣାପଡ଼ି ନାହିଁ।
ତେବେ ୨୦୨୦ ମସିହାରେ ଏଭଳି ଏକ ଘଟଣା ଘଟିଥିଲା। ସୋନି ଯାଦବ ନାମକ ଜଣେ ଯୁବତୀ ଛତିଶଗଡ଼ରୁ ମହାନଦୀରେ ଭାସି ଆସି ପ୍ରାୟ ୬୦ କିଲୋମିଟର ସଂଘର୍ଷ ପରେ ସୀମାବର୍ତ୍ତୀ କୁସୁମେଲରେ ଉଦ୍ଧାର ହୋଇଥିଲେ। ସୋନିକୁ ଝିଅ ରୂପେ ଗ୍ରହଣ କରି ତତ୍କାଳୀନ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି । ପରେ ତାଙ୍କୁ ବିବାହ କରାଇ କନ୍ୟାଦାନ କରିଥିଲେ।