WTC ଚାମ୍ପିଅନ ହେବା ସ୍ଵପ୍ନ ଧୂଳିସାତ, ଭାରତକୁ ହରାଇ ଇତିହାସ ରଚିଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | June 11, 2023 IST

ଲଣ୍ଡନ: ପୁଣି ଥରେ ଧୂଳିସାତ ହେଲା ବିଶ୍ଵ ଟେଷ୍ଟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ୍। ୨୦୨୧ ପରି ୨୦୨୩ରେ ମାଟି କାମୁଡ଼ିଲା ଟିମ୍ ଇଣ୍ଡିଆ। ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳା ଯାଇଥିବା ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଶୋଚନୀୟ ଭାବେ ଭାରତୀୟ ଦଳକୁ ୨୦୯ ରନରେ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି। ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୪୪୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ପଞ୍ଚମ ଦିନର ପ୍ରଥମ ସେସନରେ  ହିଁ ୨୩୪ ରନରେ ଅଲଆଉଟ୍ ହୋଇଛି। ନାଥନ  ଲାୟନ ୪ ଏବଂ ସ୍କଟ  ବୋଲାଣ୍ଡ ୩ ଓ୍ଵିକେଟ୍ ନେଇ ଅଷ୍ଟ୍ରେଲିଆ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏଥିସହ ଅଷ୍ଟ୍ରେଲିଆ ବିଶ୍ଵର ପ୍ରଥମ ଦଳ ଭାବେ ଆଇସିସିର ସମସ୍ତ ଫର୍ମାଟ୍‌ରେ ଟ୍ରଫି  ଜିତିବା ଇତିହାସ ରଚିଛି। ଉଲ୍ଲେଖନୀୟ ଏହା ପୂର୍ବରୁ କଙ୍ଗାରୁ ଦଳ ଦିନିକିଆ ବିଶ୍ଵକପ୍, ଚାମ୍ପିଅନ୍ସ ଟ୍ରଫି, ଟି-୨୦ ଟ୍ରଫି ଜିତିଥିଲା। ଆଉ ଭାରତର ଆଇସିସି ଟାଇଟଲ୍ ଜିତିବାର ସ୍ଵପ୍ନ ଅଧୁରା ରହିଗଲା। ୨୦୨୧ରେ ଭାରତୀୟ ଦଳ ଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ପରାସ୍ତ ହୋଇଥିଲା। ଫାଇନାଲ୍ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ କଙ୍ଗାରୁ ଦଳ ଦ୍ଵିତୀୟ ଇନିଂସରେ ୨୭୦/୮ରେ ପାଳି ସମାପ୍ତି ଘୋଷଣା କରିଥିଲା।

ପଞ୍ଚମ ଦିନରେ ଭାରତକୁ  ଜିତିବା ପାଇଁ ୨୮୦ ରନ ଦରକାର ଥିବା ବେଲେ ଅଷ୍ଟ୍ରେଲିଆ ବିଜୟଠୁ ୭ ଓ୍ଵିକେଟ୍ ଦୂରରେ ଥିଲା। ଯେଉଁଭଳି ଭାବେ ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ ଚତୁର୍ଥ ଦିନରେ ବ୍ୟାଟିଂ କରିଥିଲେ ତାହା ଦେଖି ଲାଗୁଥିଲା ପଞ୍ଚମ ଦିନର ଖେଳ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ହେବ। ଆଉ ଭାରତୀୟ କ୍ରିକେଟ୍ ପ୍ରେମୀ ଆଶା ବାନ୍ଧି ଥିଲେ ଯେ, ଭାରତୀୟ ବ୍ୟାଟର ଚମତ୍କାର ବ୍ୟାଟିଂ କରି ଡବ୍ଲ୍ୟୁଟିସି ଚାମ୍ପିଅନ ହେବ। ତେବେ ପଞ୍ଚମ ଦିନର ପ୍ରଥମ ସେସନରେ ହିଁ ଭାରତୀୟ ବ୍ୟାଟର ଅଷ୍ଟ୍ରେଲିଆ ବୋଲରଙ୍କ ସମ୍ମୁଖରେ ଆତ୍ମ ସମର୍ପଣ କରିଛନ୍ତି।

ऑस्ट्रेलिया ने WTC फाइनल जीतकर रचा इतिहास, 10 साल बाद भी भारत का ICC ट्रॉफी का सपना रहा अधूरा

ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୧୬୪ ରନ କରିଥିବା ଭାରତ ଶେଷ ଦିନ ଆରମ୍ଭ ହେବାର କିଛି ସମୟରେ ୨୩୪ ରନରେ ଅଲଆଉଟ୍ ହୋଇଛି। ସ୍କଟ୍ ବୋଲାଣ୍ଡ ଏବଂ ନାଥନ ଲିୟନ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ଅଷ୍ଟ୍ରେଲିଆକୁ ସଅଳ ବିଜୟ ଦେଇଛନ୍ତି। ବିରାଟ କୋହଲି(୪୯) ଆଉଟ୍ ହେବା ପରେ ଭାରତର ଦ୍ଵିତୀୟ ଇନିଂସ ତାସ ପତା ପରି ଭୁଶୁଡ଼ି ପଡ଼ିଛି। ରବୀନ୍ଦ୍ର ଜାଡ଼େଜା ଓ ଶାର୍ଦ୍ଦୁଳ ଠାକୁର ଖାତା ବି ଖୋଲି ପାରିନଥିଲେ। ଆଜିଙ୍କ୍ୟ ରାହାଣେ ୪୬ ରନ କରି ଆଉଟ୍ ହେବା ସହ ଭାରତର ଆଶା ମଉଳି ଯାଇଥିଲା। ଉମେଶ ଯାଦବ(୧) ଏବଂ ମହମ୍ମଦ ସିରାଜ(୧) ପାଭିଲିୟନ ଫେରିଥିଲେ।

{"id":801841,"sizeSlug":"full","linkDestination":"none"}

ଏହା ପୂର୍ବରୁ ଚତୁର୍ଥ ଦିନରେ ରୋହିତ ଶର୍ମା(୪୩), ଶୁଭମନ ଗିଲ୍‌(୧୮) ଏବଂ ଚେତେଶ୍ଵର ପୂଜାରା(୧୮) ଆଉଟ୍ ହୋଇଥିଲେ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଷ୍ଟିଭ୍ ସ୍ମିଥଙ୍କ ୧୨୧ ରନ ଏବଂ ଟ୍ରେଭିସ୍ ହେଡଙ୍କ ୧୬୩ ରନ ବଳରେ ୪୬୯ ରନ କରିଥିଲା। ଜବାବରେ ଭାରତ ଟପ୍ ଅର୍ଡର ବ୍ୟାଟରଙ୍କ ନିରାଶଜନକ ପ୍ରଦର୍ଶନ ସତ୍ତ୍ଵେ ଆଜିଙ୍କ୍ୟ ରାହାଣେଙ୍କ ୮୯ ରନ, ରବୀନ୍ଦ୍ର ଜାଡେଜାଙ୍କ ୪୮ ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ୫୧ ରନ ବଳରେ ୨୯୬ ରନ କରିଥିଲା। ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ଆଲେକ୍ସ କେରିଙ୍କ ୬୬, ଲାବୁସେନଙ୍କ ୪୧ ଏବଂ ଷ୍ଟାର୍କଙ୍କ ୪୧ ରନ ବଳରେ ୨୭୦/୮ରେ ପାଳି ସମାପ୍ତି ଘୋଷଣା କରିଥିଲା।  

wp:heading {"level":4}

ଏ ଖବର ପଢନ୍ତୁ- ଇତିହାସ ରଚିଲେ ଜାଡେଜା, ଟେଷ୍ଟ କ୍ରିକେଟରେ ହେଲେ ଭାରତର ସବୁଠୁ ସଫଳ ବାମହାତୀ ସ୍ପିନର

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.