ଗୋପାଳପୁରରେ ଯୋଗ ଦିବସ ପାଳିତ, ସାମିଲ ହେଲେ ମନ୍ତ୍ରୀ ଏବଂ ବିଧାୟକ

Published By : Prameya-News7 Bureau | June 21, 2024 IST

ବ୍ରହ୍ମପୁର ୨୧।୦୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ସବୁଠି ଉତ୍ସାହର ସହ ଏହି ଦିବସକୁ ପାଳନ ହୋଇଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଗୋପାଳପୁର ବେଳାଭୂମି ଠାରେ ଆୟୋଜିତ ଯୋଗ ଦିବସରେ ରାଜ୍ୟ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ଯୋଗଭ୍ୟାସ କରିଥିଲେ । 

ସେହିପରି ବ୍ରହ୍ମପୁର ଷ୍ଟାଡିଅମରେ ମଧ୍ୟ ଆୟୋଜିତ ଯୋଗରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଯୋଗ କରିବା ସହ ଲୋକଙ୍କୁ ଯୋଗଭ୍ୟାସର ଉପକାରିତା ଉପରେ ପରାମର୍ଶ ଦେଇଥିଲେ । ଯୋଗ ଦ୍ୱାରା ଶାରୀରିକ, ମାନସିକ ଶାନ୍ତି ମିଳିପାରିବ, ଏକାଗ୍ରତା ସୃଷ୍ଟି ହୋଇପାରିବ, ସବୁବେଳେ ସମସ୍ତେ ଯୋଗ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି। ବ୍ରହ୍ମପୁର ବିଧାୟକ, ମେୟରଙ୍କ ସମେତ ବହୁ ବୁଦ୍ଧିଜୀବୀ ଏଥିରେ ଅଂଶ ଗ୍ରହଣ କରି ଯୋଗଭ୍ୟାସ କରି ଖୁସି ଜାହିର କରିଛନ୍ତି।ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଏହି ଯୋଗ ଦିବସ ପାଳନ କରି ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଖୁସି ଜାହିର କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.