ନିମାପଡା ୮/୨: ତାସ୍ ଖେଳରେ ହାର୍ଜିତ୍କୁ ନେଇ ତୁମୁଳ କାଣ୍ଡ । ଯୁବକଙ୍କ ତଣ୍ଟି କାଟିଲା ଦୁର୍ବୃତ୍ତ । ପୁରୀ ଜିଲ୍ଲା ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଟପୁର ମଲ୍ଲିକ ସାହି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ତାସ୍ ଖେଳରେ ହାର୍ ଜିତ୍କୁ ନେଇ ନିଶାସକ୍ତ ଅବସ୍ଥାରେ ଯୁବକଙ୍କ ବେକ କାଟି ଦେଇଛି ଦୁର୍ବୃତ୍ତ ।
ଘଟଣା ୨ ଦିନ ତଳର । ମଲ୍ଲିକ ସାହି ଗାଁର ଅଜୟ ମଲ୍ଲିକ ଘର ସାମ୍ନାରେ ଥିବା ଏକ ସ୍ଥାନରେ ଜଗୁ ଓରଫ ଏସ.କେ ସଲିମ ସହ ମିଶି ତାସ୍ ଖେଳୁଥିଲେ । କିଛି ସମୟ ମଧ୍ୟରେ ହାର ଜିତକୁ ନେଇ ୨ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା ।ଏଥିରେ ରାଗିଯାଇ ନିଶାସକ୍ତ ଅବସ୍ଥାରେ ଥିବା ଜଗୁ ଓରଫ ଏସ କେ ସଲିମ୍ ଏକ ଭଙ୍ଗା କାଚ ମାଧ୍ୟମରେ ଅଜୟଙ୍କ ବେକକୁ ବାରମ୍ବାର ଆକ୍ରମଣ କରିଥିଲା । ଅଜୟଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅଧିକ ସଙ୍କଟାପର୍ଣ୍ଣ ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।
ଘଟଣା ସଂପର୍କରେ ପରିବାର ଲୋକେ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧରେ କେସ ନମ୍ବର ୩୪/୨୫ରେ ଏକ ମାମଲା ରୁଜୁ କରିବା ସହ ଆକ୍ରମଣକାରୀ ଜଗୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଦୁର୍ବୁତ୍ତକୁ କାବୁ କରି ଘଟଣା ସ୍ଥଳକୁ ନେଇ ଆଉଥରେ କ୍ରାଇମ୍ ରି କ୍ରିଏସନ୍ କରିବା ସହିତ କୋର୍ଟ ଚାଲାଣ କରିଛି।