ତ୍ରିକୋଣୀୟ ପ୍ରେମରୁ ବୀଭତ୍ସ ହତ୍ୟାକାଣ୍ଡ : ପ୍ରେମିକା ଓ ତାର ସହପାଠୀକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା

Published By : Prameya-News7 Bureau | July 21, 2024 IST

ସୁନ୍ଦରଗଡ ୨୧ତ୍ରିକୋଣୀୟ ପ୍ରେମ ଯୋଗୁଁ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ପ୍ରେମିକା ଅନ୍ୟ ଜଣଙ୍କୁ ଭଲ ପାଉଥିବା ସନ୍ଦେହରେ ନେଇଗଲା ଦୁଇ ଜୀବନ । ତାହା ପୁଣି ଅତି ନିର୍ମମ ଭାବେ ଛୁରୀ ଭୁସି ଭଲ ପାଉଥିବା ପ୍ରେମିକା ଓ ତାର ସହପାଠୀକୁ । ଘଟଣାର ୭ ଦିନ ପରେ ପୋଲିସ ହତ୍ୟାକାରୀକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରି କୋର୍ଟ ଚାଲାଣ କରିଛି । 

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ତୁନମୁରା ପଞ୍ଚାୟତ କାଶୀପଡା ଗ୍ରାମରେ ରହନ୍ତି ରୁପାଲି (ଛଦ୍ମନାମ) । ରୁପାଲିଙ୍କ ଶିକ୍ଷାଗତ ଯୋଗ୍ୟତା ଏମବିଏ । ତେବେ ରୁପାଲିଙ୍କ ଘରେ ଡ୍ରାଇଭର ଭାବେ କାମ କରୁଥିଲେ ରାଜଗାଙ୍ଗପୁର ଜରୁବାହାଲ ଗ୍ରାମର ରାଜୁ ନାଗ । ଗତ ୪ ବର୍ଷ ତଳୁ ରୁପାଲିଙ୍କୁ ଭଲପାଇ ବସିଥିଲା ରାଜୁ । ରୁପାଲି ମଧ୍ୟ  ରାଜୁକୁ ଭଲ ପାଉଥିଲେ । ତେବେ ଏମବିଏ ପାଠପଢା ପାଇଁ ରୁପାଲି ରାଉରକେଲାରେ ରହୁଥିବା ବେଳେ ସେଠାରେ ପାଠ ପଢୁଥିବା ଅ।ଉ ଜଣେ ଯୁବକ ପ୍ରତାପ ସହ ତାଙ୍କ ପରିଚୟ ହୋଇଥିଲା । ଏହା ଭିତରେ ପ୍ରତାପ ଓ ରୁପାଲିଙ୍କ ବନ୍ଧୁତା ବଢିଥିଲା । ଯାହାକୁ ନେଇ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ରାଜୁ । ଗତ ୧୩ ତାରିଖରେ ରୁପାଲି ଓ ପ୍ରତାପ ଏକ ଇଣ୍ଟରଭ୍ୟୁ  ଦେଇ ଏକାସଙ୍ଗେ ଘରକୁ ଫେରିଥିଲେ । ତେବେ ପ୍ରତାପଙ୍କ ଗାଡି ଖରାପ ଥିବାରୁ ସେ ରୁପାଲିଙ୍କ ଘରେ ରହିଯାଇଥିଲେ । ଯାହାକୁ ନେଇ ରାଜୁ କ୍ରୋଧାନ୍ଵିତ ହେବା ସହ ଦୁହିଁଙ୍କୁ ପାନେ ଦେବା ପାଇଁ ଚିନ୍ତା କରିଥିଲେ । ୧୪ ତାରିଖ ରାତିରେ ରୁପାଲିଙ୍କ ଘରେ ତାଙ୍କ ବାପାଙ୍କୁ ଧମକ ଦେଇ କହିଥିଲା ଯେ ତମ ଝିଅକୁ ମୁଁ ବାହା ହେବି । ରୁପାଲିଙ୍କ ବାପା ପ୍ରତି ଉତ୍ତର ରଖିଥିଲେ ଯେ, କାଲି ସକାଳେ କଥାବାର୍ତ୍ତା ହେବା ବାପା-ମା’ଙ୍କୁ ଡାକିକି ଆଣିବୁ । ଏହା ଭିତରେ ରାଜୁ ନାଗ ଜୋରଜବରଦସ୍ତି ରୁପାଲିଙ୍କ ସହ କଥାବାର୍ତ୍ତା ହେବା ସହ ମାରପିଟ୍ କରିଥିଲା । ବାପା-ମା’ଙ୍କ ସହ ପ୍ରତାପ ରୋକିବାରୁ ପ୍ରଥମେ ବାପା-ମା’ଙ୍କୁ ମାଡ଼ ମାରିବ ପରେ ରୁପାଲିଙ୍କୁ ଛୁରି ଭୁସିବା ପରେ ପ୍ରତାପଙ୍କୁ ଛୁରି ଭୁସିଥିଲା ।

ଘଟଣା ଘଟିବା ପରେ ଘଟଣାସ୍ଥଳରେ ଗାଁଲୋକ ପହଞ୍ଚି ପ୍ରତାପ ଓ ରୁପାଲି ଦୁହିଁଙ୍କୁ ନେଇଥିଲେ ଡ଼ାକ୍ତରଖାନା । ହେଲେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ କୁତ୍ରା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଫେରାର ଅଭିଯୁ୍‌କ୍ତ ରାଜୁକୁ ଧରିବା ପାଇଁ ପୋଲିସ ସର୍ଚ୍ଚ ଅପରେସନ ଚଳାଇଥିଲା । ୭ ଦିନ ପରେ ପୋଲିସ ଅଭିଯୁକ୍ତ ରାଜୁକୁ ଗିରଫ କରିବାରେ ସକ୍ଷମ ହେବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିଛି । ହତ୍ୟା କରିବା ପରେ ରାଜୁ ଛୁରୀକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେବା ସହ ସେଠାରୁ ଫେରାର ହୋଇ ବର୍ତ୍ତିବା ପାଇଁ   ନୂଆ ମୋବାଇଲ କିଣି ଏକ ନୂଆ ସିମ୍ ପକାଇ ତାକୁ ବ୍ୟବହାର କରୁଥିଲା ।    ପୋଲିସ ପାଟ୍ରୋଲିଂ ସମୟରେ ଜଉରମାଲ ଜଙ୍ଗଲ ନିକଟରେ ଲୁଚିଥିବା ରାଜୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ହାତରେ ଧରା ପଡିଯାଇଥିଲା । ପରେ ରାଜୁ ସବୁ କଥା ମାନିବା ପରେ ପୋଲିସ ରାଜୁକୁ ନେଇ ସିନ୍ ରିକ୍ରିଏସନ କରି ଛୁରୀ, ଡ୍ରେସ ଆଦିକୁ ଜବତ କରିଥିଲା । ଏହାସହ ଅ।ଜି କୋର୍ଟ ଚାଲାଣ କରାଯାଇଥିବା ନେଇ ସାମ୍ଵାଦିକ ସମ୍ମିଳନୀରେ ରାଜଗାଙ୍ଗପୁର ଏସଡିପିଓ କହିଛନ୍ତି ।

You Can Read:

ବୈପାରୀଗୁଡାରେ ଲଗାଣ ବର୍ଷା : ଉପୁଡ଼ିଲା ବିଶାଳ ଗଛ, ଅଳ୍ପକେ ବର୍ତ୍ତିଲେ ଯବାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.