ୟୁଟ୍ୟୁବ ଆକାଉଣ୍ଟ ଉପରେ ଖର୍ଚ୍ଚ କରିଥିଲେ ୮ ଲକ୍ଷ ଟଙ୍କା, ହେଲାନି ଟଙ୍କାଏ ବି ଆୟ, ଜାଣନ୍ତୁ କ'ଣ କଲେ ମହିଳା...

Published By : Prameya-News7 Bureau | December 18, 2024 IST

ନୂଆଦିଲ୍ଲୀ: ୟୁଟ୍ୟୁବରେ କୁକିଂ ଚ୍ୟାନେଲ ପାଇଁ ଖର୍ଚ୍ଚ କରିଥିଲେ ଲକ୍ଷ ଲକ୍ଷ ଟଙ୍କା। ଦେଇଥିଲେ ତିନି ବର୍ଷରୁ ଅଧିକ ସମୟ । ଆଶା କରିଥିଲେ ୟୁଟ୍ୟୁବରେ କ୍ୟାରିୟର କରିବେ। ହେଲେ ଏସବୁ ପରେ ବି ୟୁଟ୍ୟୁବରୁ ଟଙ୍କାଟିଏ ବି ଆୟ ନହେବାରୁ ଅସନ୍ତୋଷ ପ୍ରକାଶ କରି ସବୁ ଭିଡିଓ ଡିଲିଟ କରିଦେଲେ ୟୁଟ୍ୟୁବର। ଆଉ ଏକଥା ଏକ୍ସରେ ପୋଷ୍ଟ କରି ସେୟାର କରିବା ପରେ ଏବେ ଖୁବ୍‌ ଚର୍ଚ୍ଚା। 

ନଳିନୀ ଉନାଗର ନାମକ ଜଣେ ୟୁଟ୍ୟୁବରୁ, ୟୁଟ୍ୟୁବରୁ କୌଣସି ଆୟ ନହେବା ଅଭିଯୋଗ ଆଣି ନିଜର ସମସ୍ତ ଭିଡିଓ ଡିଲିଟ କରିଦେଇଛନ୍ତି। ବଡ଼ କଥା ହେଉଛି ଏହି ୟୁଟ୍ୟୁବ ଚ୍ୟାନେଲ ପାଇଁ ସେ ପ୍ରାୟ ତିନି ବର୍ଷ ସମୟ ଦେବା ସହ ୮ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନଳିନୀଙ୍କ ୟୁଟ୍ୟୁବ ଚ୍ୟାନେଲର ନାଁ ‘ନଳିନୀ କି ରୋଷେଇ ରେସିପି’। ସେ ଏହି ଚ୍ୟାନେଲରେ ଭିନ୍ନ ଭିନ୍ନ ରୋଷେଇର ଭିଡିଓ ପ୍ରସ୍ତୁତ କରି ଅପଲୋଡ କରିଥାନ୍ତି। ତାଙ୍କ ଚ୍ୟାନେଲରେ ୨,୪୫୦ ସବସ୍କ୍ରାଇବର ମଧ୍ୟ ରହିଥିଲେ। ହେଲେ ଦୀର୍ଘ ତିନି ବର୍ଷର ସମୟ ଦେବା ପରେବି ୟୁଟ୍ୟୁବରୁ କୌଣସି ଆୟ ନହେବା କାରଣରୁ ସେ ବାଧ୍ୟ ହୋଇ ୟୁଟ୍ୟୁବ ଛାଡ଼ିଛନ୍ତି। 

ତେବେ ନଳିନୀ ଏକ ପୋଷ୍ଟ କରି ଲେଖିଛନ୍ତି, ନଳିନୀ ଏକ ପୋଷ୍ଟ କରି ଲେଖିଛନ୍ତି ‘ମୁଁ ୟୁଟ୍ୟୁବ ଉପରେ ଖୁବ୍‌ ଅସନ୍ତୁଷ୍ଟ। ମୁଁ ୟୁଟ୍ୟୁବରେ କ୍ୟାରିୟର ଗଢ଼ିବାରେ‌ ଫେଲ୍ ହୋଇଛି। ଏଥିପାଇଁ ମୁଁ ନିଜ ରୋଷେଇର ସବୁ ସାମଗ୍ରୀ ଏବଂ ଷ୍ଟୁଡିଓ ଉପକରଣକୁ ବିକ୍ରି କରୁଛି। ଯଦି କେହି କିଣିବାକୁ ଚାହୁଥାନ୍ତି ତେବେ ମତେ କୁହନ୍ତୁ।’

ଏହାସହ ସେ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଆୟର ପ୍ରାଥମିକ ଉତ୍ସ ଭାବରେ ୟୁଟ୍ୟୁବକୁ ବାଛନ୍ତୁ ନାହିଁ। ଏସବୁ ଭାଗ୍ୟର ଖେଳ। ଏହି ପ୍ଲାଟଫର୍ମ କେବଳ କିଛି କ୍ରିଏଟର୍ସ ଏବଂ ନିର୍ଦ୍ଦିଷ୍ଟ ଭିଡିଓକୁହିଁ ପ୍ରଧାନ୍ୟ ଦେଉଛି। ଫଳରେ କଠିନ ପରିଶ୍ରମ ସତ୍ତ୍ବେ ମଧ୍ୟ ଅନେକଙ୍କୁ ପରିଚୟ ମିଳିପାରୁନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.