ନାଟୋର ସଦସ୍ୟ କଲେ ମୁଁ ତୁରନ୍ତ ରାଷ୍ଟ୍ରପତି ପଦ ଛାଡ଼ିଦେବି: ଭୋଲୋଡିମିର ଜେଲେନସ୍କି

Published By : Prameya-News7 Bureau | February 23, 2025 IST

INDIATODAY

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦ ଛାଡ଼ିବା ନେଇ  ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ବଡ଼ ବୟାନ। ୟୁକ୍ରେନ୍‌କୁ ନାଟୋ ସଦସ୍ୟତା ଦେଲେ ମୁଁ ତୁରନ୍ତ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବି ବୋଲି ଜେଲେନ୍‌ସ୍କି କହିଛନ୍ତି। କିଭ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ଜେଲେନ୍‌ସ୍କି କହିଛନ୍ତି, "ଯଦି ମୁଁ ଛାଡ଼ି ଦେଲେ ୟୁକ୍ରେନ୍‌ରେ ଶାନ୍ତି ଫେରି ଆସିବ ତେବେ ମୁଁ ରାଜି। ତେବେ ନାଟୋ ବଦଳରେ ମୁଁ ଏହା କରିପାରିବି।" ତେବେ ଭବିଷ୍ୟତରେ ଦରକାର ପଡ଼େ ତେବେ ମୁଁ ତୁରନ୍ତ ପଦ ଛାଡ଼ି ଦେବି ବୋଲି ଜେଲେନ୍‌ସ୍କି କହିଛନ୍ତି। 

ତା’ ସହିତ ଆମେରିକା ବର୍ତ୍ତମାନ ୟୁକ୍ରେନର ସ୍ଥିତି ବୁଝି ରୁଷର ଆକ୍ରମଣ ବିରୁଦ୍ଧରେ ୟୁକ୍ରେନ୍‌କୁ ସମର୍ଥନ କରିବା ପାଇଁ ଠୋସ୍ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିବାକୁ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ସେ ଟ୍ରମ୍ପଙ୍କୁ କେବଳ ମିଡିଏଟର ନୁହେଁ ୟୁକ୍ରେନ୍‌ର ଅଂଶୀଦାର ରୂପେ ଦେଖିବାକୁ ଚାହୁଁଛନ୍ତି ବୋଲି ଜେଲେନ୍‌ସ୍କି କହିଛନ୍ତି। 

ନ୍ୟୁଜ୍ ଏଜେନ୍ସି ରୟଟର୍ସର ରିପୋର୍ଟ ଅନୁସାରେ ଜେଲେନ୍‌ସ୍କି ସାମ୍ବାଦିକ ସମ୍ମିଲନୀର କହିଛନ୍ତି  "ମୁଁ ଟ୍ରମ୍ପଙ୍କଠାରୁ ପରସ୍ପରକୁ ବୁଝାମଣା ଚାହୁଁଛି। ଆମେରିକାର ସୁରକ୍ଷା ଗ୍ୟାରେଣ୍ଟି ଅତ୍ୟନ୍ତ ଆବଶ୍ୟକ।"

ପଢନ୍ତୁ- ରୁଷର ‘ଏରିୟଲ୍ ଟେରର’ରେ ଦୋହଲିଲା ୟୁକ୍ରେନ, ୧୩ ସହର ଉପରେ ଏକକାଳୀନ ମାଡ଼ କଲା ୨୬୭ ଡ୍ରୋନ୍


ୟୁକ୍ରେନରେ ରୁଷର ଆକ୍ରମଣର ତୃତୀୟ ବାର୍ଷିକୀ ଦେଇ, ଜେଲେନସ୍କି କହିଛନ୍ତି ଯେ ତାଙ୍କ ଦେଶ ଏବଂ ଟ୍ରମ୍ପ ପ୍ରଶାସନ ସୁରକ୍ଷା ସହାୟତା ବିନିମୟରେ ୟୁକ୍ରେନର ପ୍ରାକୃତିକ ସମ୍ପଦ ଉପରେ ଆମେରିକାର ପ୍ରବେଶ ନେଇ ଏକ ଚୁକ୍ତିର ନିକଟତର ହୋଇଛନ୍ତି। ତେବେ ଏନେଇ ସେ ଅଧିକ ସୂଚନା ଦେଇ ନଥିଲେ। 

ଏହା ପୂର୍ବରୁ ୟୁକ୍ରେନ୍ ଯୁଦ୍ଧ ରୋକିବାକୁ ଆମେରିକା ସାଉଦି ଆରବର ରିୟାଧ ସହରରେ ଋଷ ସହ ଆଲୋଚନା କରିଥିଲା। ହେଲେ ଜେଲେନ୍‌ସ୍କି ଏହାକୁ ଅସ୍ୱୀକାର କରିଥିଲେ। ଆମକୁ ସାମିଲ ନ କରି କୌଣଶି ଶାନ୍ତି ଚୁକ୍ତିକୁ ଆମେ ମାନିବୁ ନାହିଁ ବୋଲି ସେ କହିଥିଲେ। ଏହାପରେ ଟ୍ରମ୍ପ ଓ ଜେଲେନ୍‌ସ୍କିଙ୍କ ପରସ୍ପରକୁ ଟାର୍ଗେଟ୍ କରିଥିଲେ। ତେଣୁ ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ସହିତ ୟୁକ୍ରେନ୍‌ର ସମ୍ପର୍କ ସେତେଟା ଉନ୍ନତ ଥିବା ଦେଖା ଯାଉ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.