ସ୍ପେନ୍‌ରେ ଆତଙ୍କୀ ଗତିବିଧି ଅଭିଯୋଗରେ ୧୪ ପାକିସ୍ତାନୀ ଗିରଫ, ସନ୍ଦିଗ୍ଧ ଜିହାଦୀ ନେଟ୍‌ୱାର୍କର ପର୍ଦ୍ଦାଫାସ୍

Published By : Prameya-News7 Bureau | November 09, 2023 IST

ନୂଆଦିଲ୍ଲୀ: ସ୍ପେନ୍ ପୋଲିସ ୧୪ ଜଣ ପାକିସ୍ତାନୀଙ୍କୁ ଗିରଫ କରିଛି । ଏହାସହ ଏକ ସନ୍ଦିଗ୍ଧ ଜିହାଦୀ ନେଟୱାର୍କର ପର୍ଦ୍ଦାଫାସ୍ କରିଛି । ୟୁରୋ ୱିକଲି ନ୍ୟୁଜ୍ ରିପୋର୍ଟରେ ଏହି ଦାବି କରାଯାଇଛି । ଏକ ମାସ ପୂର୍ବେ ଇସ୍ରାଏଲ୍ ଉପରେ ହମାସର ଆକ୍ରମଣ ପରେ ଦେଶରେ ଆତଙ୍କବାଦ ବିରୋଧୀ ଚେତାବନୀ ବଢାଯାଇଥିଲା । ଏହାସହ ସୂଚନା ଆୟୋଗ କାର୍ଯ୍ୟାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଅପରେସନରେ ଏହି ଗିରଫଦାରୀ କରାଯାଇଛି । ୟୁରୋ ୱିକଲି ନ୍ୟୁଜ ରିପୋର୍ଟ ଅନୁସାରେ, ସମ୍ଭାବିତ ଆକ୍ରମଣକୁ ରୋକିବା ପାଇଁ ସ୍ପେନ୍ ସୁରକ୍ଷା ବଳ ସନ୍ଦିଗ୍ଧଙ୍କ ଉପରେ ନୀରିକ୍ଷଣକୁ ଦ୍ୱିଗୁଣା କରିଥିଲା ।

ସ୍ପେନ୍‌ର ସବୁଠୁ ବଡ଼ ଖବରକାଗଜ ଅନୁସାରେ, ହେପାଜତକୁ ନିଆଯାଇଥିବା ସମସ୍ତ ବ୍ୟକ୍ତି ପାକିସ୍ତାନୀ । କୁହାଯାଉଛି ଯେ କ୍ୟାଟେଲୋନିଆ, ବାଲେନସିଆ, ଗୁଇପୁଜକୋଆ, ଭିଟୋରିଆ, ଲୋଗ୍ରୋନୋ ଓ ଲିଲେଡାରେ ବାସ କରୁଥିଲେ । ପୋଲିସ ସୂତ୍ର ଅନୁସାରେ ଏକ ସ୍ଥାନୀୟ ଦୈନିକ ଲା' ରଜୋନ ଗିରଫଦାରୀ ଖବରକୁ ସ୍ପଷ୍ଟ କରିଛି । ଗିରଫ ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ । ରିପୋର୍ଟ ଅନୁସାରେ, ଏହି ବ୍ୟକ୍ତିମାନେ ଏକ ନେଟୱାର୍କ ଜରିଆରେ ଜିହାଦୀ ସନ୍ଦେଶ ଓ ଉଚ୍ଚ ସ୍ତରୀୟ କଟ୍ଟରତା ଅନଲାଇନରେ ପ୍ରଚାରିତ କରୁଥିଲେ ।

ଦାବି ଅନୁସାରେ ୧୪ ପାକିସ୍ତାନୀ ଜିହାଦୀ ପାକିସ୍ତାନରେ ଏକ ଇସଲାମୀ ଚରମପନ୍ଥୀ ରାଜନୀତିକ ଦଳ ତହରୀକ-ଏ-ଲବେକ୍ ପାକିସ୍ତାନ (ଟିଏଲପି) ସହ ଜଡିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ ମଧ୍ୟ ସ୍ପେନର ରାଷ୍ଟ୍ରୀୟ ପୋଲିସ ଏହିପରି ଏକ ଆତଙ୍କବାଦୀ ବିରୋଧୀ ଅଭିଯାନରେ ଚାରି ଜଣଙ୍କୁ ଗିରଫ କରିଥିଲା । ଗିରଫ ଚାରି ଜଣ ଧର୍ମାନ୍ତରୀକରଣ ଓ ଜିହାଦୀ ଭର୍ତ୍ତି କାର୍ଯ୍ୟ କରୁଥିଲେ ।

Also Read: ସ୍ପେନ୍‌ର ନାଇଟ୍‌ କ୍ଲବ୍‌ରେ ଅଗ୍ନିକାଣ୍ଡ, ୧୩ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.