ଆମ୍ବ ଟାକୁଆ ଟ୍ରାଜେଡି: ଏସ୍‌ସିବିରେ ଭର୍ତ୍ତି ୨ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | November 05, 2024 IST

News7

କଟକ: କଟକ ଏସସିବି ମେଡିକାଲରେ କନ୍ଧମାଳର ଆମ୍ବ ଟାକୁଆ ଖାଇ ଚିକିତ୍ସିତ ହେଉଥିବା ୨ ଅସୁସ୍ଥଙ୍କ ଚିକିତ୍ସା ନ୍ୟୁ ମେଡିସିନ୍ ବିଭାଗରେ ଜାରି ରହିଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ରୋଗୀଙ୍କୁ ସୁସ୍ଥ କରିବାକୁ ଡାକ୍ତରମାନେ ସମସ୍ତ ପ୍ରୟାସ କରୁଛନ୍ତି। ଆଗକୁ ଆମ୍ବ ଟାକୁଆ ନଖାଇବା ପାଇଁ ସେମାନଙ୍କୁ ସଚେତନ କରାଯିବ। 

ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ଲିଭର୍, କିଡନୀ କାମ କରୁନାହିଁ। ଆକ୍ରାନ୍ତଙ୍କ ଡାଏଲିସିସ ସହ ବିଭିନ୍ନ ପରୀକ୍ଷା କରିବା ସହ ଚିକିତ୍ସା କରାଯାଉଛି। ଏସସିବିର ମେଡିସିନ୍, ହେପାଟୋଲୋଜି ଏବଂ କ୍ରିଟିକାଲ କେୟାର ବିଭାଗର ମିଳିତ ଡାକ୍ତରୀ ଟିମ୍ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। 

ହେଲେ ସୋମବାର ଅପେକ୍ଷା ମଙ୍ଗଳବାର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ସହ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ ପଣ୍ଡା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.