ଆମ୍ବ ଟାକୁଆ ଟ୍ରାଜେଡି, ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 05, 2024 IST

କଟକ: ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ରାଜନୀତି ଜୋର ଧରିବାରେ ଲାଗିଛି। ବିଜେପି ଏବଂ ବିଜେଡି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏମିତିକି ଦୁଇ ଦଳର ଅନେକ ନେତା ହସ୍ପିଟାଲ ଯାଇ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁଛନ୍ତି। ଆଉ ଏହାରି ମଧ୍ୟରେ ଘଟଣାରେ ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ସୂଚନାଥାଉକି, କନ୍ଧମାଳରେ ଆମ୍ବ ଟାକୁଆ ଜାଉ ଖାଇ ୨ ଜଣ ପ୍ରାଣ ହରାଇଥିବାବେଳେ ୬ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି ୨ ଗୁରୁତରଙ୍କ ଚିକିତ୍ସା କଟକ ଏସସିବିରେ ଚାଲିଛି । ଅନ୍ୟ ୪ ଜଣ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି। 


ସେପଟେ କଟକ ଏସସିବି ମେଡିକାଲରେ ଚାଲିଥିବା କନ୍ଧମାଳର ୨ ଅସୁସ୍ଥଙ୍କ ଚିକିତ୍ସାକୁ ନେଇ ଅପଡେଟ ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା। ସେ କହିଛନ୍ତି ଆକ୍ରାନ୍ତଙ୍କ ସ୍ବ୍ୟାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ଲିଭର୍, କିଡନୀ କାମ କରୁନାହିଁ। ଆକ୍ରାନ୍ତଙ୍କ ଡାଏଲିସିସ ସହ ବିଭିନ୍ନ ପରୀକ୍ଷା କରିବା ସହ ଚିକିତ୍ସା କରାଯାଉଛି। ଏସସିବିର ମେଡିସିନ୍, ହେପାଟୋଲୋଜି ଏବଂ କ୍ରିଟିକାଲ କେୟାର ବିଭାଗର ମିଳିତ ଡାକ୍ତରୀ ଟିମ୍ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ହେଲେ ଗତକାଲି ଅପେକ୍ଷା ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି  ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.