ବାବା ପୀର ପୀଠରୁ ଚୋରି ଅଭିଯୋଗ, ଗାମୁଛାରେ ଗୁଡ଼ାଇ ନେଇଗଲେ ହୁଣ୍ଡି ଟଙ୍କା

Published By : Prameya-News7 Bureau | November 05, 2024 IST

କଟକ ୫।୧୧: ବାବା ପୀର ପୀଠରୁ ଚୋରି ଅଭିଯୋଗ । କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ବକ୍ସିବଜାରରେ ରହିଛି ମାଝାର ଦରଘା ବାବା ପୀର ପୀଠ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଜଣେ ଦୁର୍ବୃତ୍ତ ବାବା ପୀର ପୀଠରେ ଥିବା ହୁଣ୍ଡି ଭାଙ୍ଗିଥିଲେ । ହୁଣ୍ଡିରେ ଥିବା ସମସ୍ତ ନୋଟ୍ ଓ ଅଳଙ୍କାର ଚୋରି କରି ନେଇଯାଇଥିଲେ । ଦୁର୍ବୃତ୍ତ ଜଣଙ୍କ ଧଳା ସାର୍ଟ ପିନ୍ଧି ପୀଠରେ ପସିଥିଲେ । ପୀଠରେ ଥିବା ହୁଣ୍ଡିରେ ଥିବା ଟଙ୍କା ଏକ ଗାମୁଛାରେ ଗୁଡ଼ାଇ ନେଇଯାଇଥିଲେ । ଯାହାର ଭିଜୁଆଲ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଘଟଣାର ଖବର ପାଇ ମଙ୍ଗଳାବାଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେହି ସ୍ଥାନୀୟ ଦୁର୍ବୃତ୍ତ ଚୋରି କରିଥିବା ନେଇ ମଝାର କମିଟି ଅଭିଯୋଗ କରିଛନ୍ତି ।

You Can Read:

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ବ୍ୟବସାୟୀଙ୍କ ବିରୋଧ ସତ୍ତ୍ୱେ ୧୩ ଶହରୁ ଅଧିକ ପ୍ଲଟ୍ ନିଲାମ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.