ନୂଆଦିଲ୍ଲୀ: ହୋଣ୍ଡା ଆକ୍ଟିଭା ୧୨୫ ସିସିର ଅପଡେଟ୍ ଭର୍ସନ ଲଞ୍ଚ ହୋଇଛି। ଏହାର ଆରମ୍ଭ ମୂଲ୍ୟ ୯୪,୪୨୨ ଟଙ୍କା(ଏକ୍ସ ଶୋ ରୁମ ମୂଲ୍ୟ ଦିଲ୍ଲୀ) ରଖାଯାଇଛି। ୨୦୨୫ ଆକ୍ଟିଭା ୧୨୫ରେ ୧୨୩.୯୨ ସିସି ସିଙ୍ଗଲ ସିଲିଣ୍ଡର ପିଜିଏମ୍-ଏଫ୍ ଆଇ(ପ୍ରୋଗ୍ରାମ ଫୁଏଲ ଇଞ୍ଜେକ୍ସନ) ଇଞ୍ଜିନ ଦ୍ୱାରା ସଂଚାଳିତ, ଯାହା ଓବିଡି୨ବି ଅନୁରୁପ ଭଳି ୬.୨୦ କିଲୋୱାଟ ପାୱାର ଏବଂ ୧୦.୫ ଏନ୍ଏମ ଟର୍କ ଉତ୍ପାଦନ କରିବ।
ନୂଆ ଅପଡେଟ୍ ଭର୍ସନ ସରକାରଙ୍କର ପ୍ରଦୂଷଣ ନିୟମ ଭିତରେ ତିଆରି ହୋଇଛି। ଏହା ବାଦ୍ ଏଥିରେ ଆଇଡିଲିଂ ଷ୍ଟପ୍ ସିଷ୍ଟମ, ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଲେ ଆପେ ଆପେ ବନ୍ଦ ହୋଇ ଯାଇ ଇନ୍ଧନ ବଞ୍ଚଇବା ଭଳି ଫେସିଲିଟି ଦିଆଯାଇଛି। ହୋଣ୍ଡା ଆକ୍ଟିଭା ୧୨୫ରେ ବର୍ତ୍ତମାନ ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ଏକ ନୂଆ ୪.୨-ଇଞ୍ଚ୍ TFT ଡିସପ୍ଲେ, ହୋଣ୍ଡା ରୋଡ୍ସିନ୍ ଆପ୍ ସହିତ ଲଞ୍ଚ କରାଯାଇଛି।
ଏହା ନାଭିଗେସନ୍ ଏବଂ କଲ୍ ଓ ମେସେଜ୍ ଆଲର୍ଟ ପରି ସିଷ୍ଟମ ରହିଥିବା ବେଳେ ଅତିରିକ୍ତ ଭାବେ ୟୁଏସ୍ବି ଟାଇପ୍-ସି ଚାର୍ଜିଂ ପୋର୍ଟ ଦିଆଯାଇଛି। ଫଳରେ ଯାତ୍ରା ସମୟରେ ବି ଯାତ୍ରୀମାନେ ମୋବାଇଲ୍ ଚାର୍ଜ କରିପାରିବେ। ଏହା ଦୁଇଟି ଭ୍ୟାରିଏଣ୍ଟ DLX ଏବଂ H-Smart ଓ ୬ କଲର ଅପସନ ସହ ଲଞ୍ଚ ହୋଇଛି। DLX ଭାରିଆଣ୍ଟର ମୂଲ୍ୟ ୯୪,୪୪୨ ଟଙ୍କା (ଏକ୍ସ-ଶୋ’ରୁମ୍, ଦିଲ୍ଲୀ) ହୋଇଥିବାବେଳେ ଏଚ୍-ସ୍ମାର୍ଟର ମୂଲ୍ୟ ୯୭,୧୪୬ ଟଙ୍କା (ଏକ୍ସ ଶୋ’ରୁମ୍, ଦିଲ୍ଲୀ) ରହିଛି। ୨୦୨୫ ଆକ୍ଟିଭା ୧୨୫ ବର୍ତ୍ତମାନ ସମଗ୍ର ଭାରତରେ ଡିଲରସିପ୍ ମାଧ୍ୟମରେ ଉପଲବ୍ଧ ହେବ।