ବେଙ୍ଗାଲୁରୁରେ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା, କଣ୍ଟେନର ତଳେ ଚାପି ହୋଇଗଲା କାର୍, ପରିବାରର ୬ ଜଣକ ମୃତ୍ୟୁ

Published By : Prameya-News7 Bureau | December 22, 2024 IST

ବେଙ୍ଗାଲୁରୁ: ଶନିବାର ବେଙ୍ଗାଲୁରୁରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି। ଏହି ଦୁର୍ଘଟଣାରେ ଗୋଟିଏ କମ୍ପାନିର ସିଇଓ ଏବଂ ତାଙ୍କ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଆଲୁମିନିୟମ ବୋଝେଇ କଣ୍ଟେନର ଟ୍ରକ, କାର ଉପରେ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଟ୍ରକ କାର୍ ଉପରେ ପଡ଼ିଯିବା କାରଣରୁ କାର୍‌ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଏମିତିକି କାର୍‌ରେ ଥିବା ୬ ଜଣଙ୍କ ଶରୀର କ୍ଷତ ବିକ୍ଷତ ହୋଇଯାଇଥିଲା। ତେବେ ଏହି ଭୟଙ୍କର ଦୁର୍ଘଟଣା ପରେ ଏବେ ପ୍ରଶ୍ନ ଉଠିଛି ଯେ, କେବଳ ସୁରକ୍ଷିତ କାର ଅସୁରକ୍ଷିତ ରୋଡ୍ ପାଇଁ ଠିକ୍‌ ହେବ। କାରଣ ଏହି ପରିବାର ଭଲଭୋର ଏକ ଏସୟୁଭି କାର୍‌ରେ ଯାତ୍ରା କରୁଥିଲା।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ନେଲମଙ୍ଗଲା ନିକଟରେ ଜାତୀୟ ରାଜପଥ ୪୮ରେ ଘଟିଛି। ପୋଲିସ ପ୍ରାଥମିକ ଯାଞ୍ଚ ପରେ କହିଛି ଯେ, ଆଲୁମିନିୟମ ବୋଝେଇ ଏକ ଟ୍ରକ୍ ବେଙ୍ଗାଲୁରୁ ଯାଉଥିଲା, ଏତିକିବେଳେ ସାମ୍‌ନାରେ ଯାଉଥିବା ଏକ କାର୍‌କୁ ଧକ୍କା ହେବାରୁ ବଞ୍ଚାଇବାକୁ ଯାଇ ଟ୍ରକ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଟ୍ରକ ଦ୍ରୁତ ବେଗରେ ଥିଲା ଆଉ ଡିଭାଇଡରରେ ଚଢ଼ି ଅପରପାର୍ଶ୍ବକୁ ଚାଲିଯିବା ସହ ତୁମକୁରୁ ଆଡ଼ୁ ଯାଉଥିବା ଭଲଭୋ କାର୍ ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପୂରା କାର୍ କ୍ଷତିଗ୍ରସ୍ତ ହୋଇଥଲା। କାର ଭିତରେ ବସିଥିବା ୬ ଜଣକ ଶବ କ୍ଷତିବିକ୍ଷତ ଅବସ୍ଥାରେ ଉଦ୍ଧାର ହେଶିଛି।

ମୃତକଙ୍କ ପରିଚୟ ଚନ୍ଦ୍ରମ ୟେଗାପୋଗୋଲ (୪୮), ତାଙ୍କ ପତ୍ନୀ ଗୌରାବାଈ (୪୨) ତାଙ୍କ ସମ୍ପର୍କୀୟ ବିଜୟଲକ୍ଷ୍ମୀ (୩୬), ଜନ (୧୬), ଦୀକ୍ଷା (୧୨) ଏବଂ ଆର୍ଯ୍ୟା (୬) ବୋଲି ଜଣାପଡ଼ିଛି। ପୂରା ପରିବାର ବିଜୟପୁରା ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଆଇଏଏସଟି ସଫ୍ଟଓୟାର ସଲ୍ୟୁସନର ସିଇଓ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଚନ୍ଦ୍ରମ ୟେଗାପୋଗୋଲ ବେଙ୍ଗାଲୁରୁର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଟ୍ରକ୍ ଚାଳକ ଆରିଫଙ୍କ ହଠାତ ସାମ୍‌ନାରୁ ଆସି ଅଟକିଥିବା ଏକ କାରକୁ ବଞ୍ଚାଇବାକୁ ଯାଇ ଗାଡ଼ିରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଟ୍ରକ୍ ଡିଭାଇଡର ଡେଇଁ ରାସ୍ତାର ଅପରପାର୍ଶ୍ବରୁ ଆସୁଥିବା ଭଲଭୋ କାର୍‌ ଉପରେ ପଲଟିଯାଇଥିଲା।

ତେବେ ଏହି ଘଟଣା ସୋସିଆଲ ମିଡିଆରେ ସଡ଼କ ସୁରକ୍ଷା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଘଟଣାକୁ ନେଇ ଅନେକ ୟୁଜର୍ସ ଚିନ୍ତା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯଦି ଅନ୍ୟ ଲୋକମାନେ ବେପରୁଆ ହୋଇ ଗାଡ଼ି ଚଳାଇବେ ତେବେ ସୁରକ୍ଷିତ ଗାଡ଼ି ଚଳାଉଥିବା ଲୋକଙ୍କ ଜୀବନ ମଧ୍ୟ ବଞ୍ଚାଇହେବନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.