‘ଧର୍ମ ବିଷୟରେ ଅଳ୍ପ ଜ୍ଞାନ କାରଣରୁ ଅତ୍ୟାଚାର ହେଉଛି, ଧର୍ମଗୁରୁ କରନ୍ତୁ ଉଚିତ ବ୍ୟାଖ୍ୟା’- ମୋହନ ଭାଗବତ

Published By : Prameya-News7 Bureau | December 22, 2024 IST

ନୂଆଦିଲ୍ଲୀ: ‘ଧର୍ମକୁ ବିଷୟରେ ଅଳ୍ପ ଏବଂ ଭୁଲ ଜ୍ଞାନ କାରଣରୁ ଅତ୍ୟାଚାର ହେଉଛି । ଧର୍ମଗୁରୁଙ୍କୁ ଏହାର ଉଚିତ ବ୍ୟାଖ୍ୟା କରିବା ଦରକାର।’ ମହାରାଷ୍ଟ୍ରରେ ମହାନୁଭବ ଆଶ୍ରମର ୧୦୦ ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉଦବୋଧନ ଦେଇ ଧର୍ମ ବିଷୟରେ ଏଭଳି କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ। 

ସେ କହିଛନ୍ତି ‘‘ଧର୍ମକୁ ନେଇ ଭୁଲ ବୁଝାମଣା କାରଣରୁ ଦୁନିଆରେ ଅତ୍ୟାଚାର ହେଉଛି। ଧର୍ମର ପ୍ରକୃତ ବ୍ୟାଖ୍ୟା କରୁଥିବା ସମାଜ ଆମ ପାଇଁ ଜରୁରୀ। ଧର୍ମ ବହୁତ ଜରୁରୀ ଆଉ ଏହାକୁ ଠିକ୍‌ ଭାବରେ ଜାଣିବା ଦରକାର। ଧର୍ମକୁ ବୁଝିବାକୁ ହେବ। ଯଦି ଏହାକୁ ଠିକ୍‌ ଭାବରେ ନବୁଝାଗଲା ତେବେ ଏହା ଅଧର୍ମ ଆଡ଼କୁ ନେଇଯିବ।କାରଣ ଧର୍ମର ଅନୁଚିତ ଏବଂ ଅଧୁରା ଜ୍ଞାନ ଅଧର୍ମ ଆଡ଼କୁ ନେଇଥାଏ।’’ 

ସେ ଆହୁରି କହିଥିଲେ, ‘ଭୁଲ ଧାରଣା କାରଣରୁ ଦୁନିଆରେ ଧର୍ମ ନାଁରେ ହେଉଥିବା ଦମନ ଏବଂ ଅତ୍ୟାଚାର ହେଉଛି। ଏଥିପାଇଁ ଧର୍ମଗୁରୁଙ୍କୁ ନିଜ ଧର୍ମର ଠିକ୍ ବ୍ୟାଖ୍ୟା କରିବା ଦରକାର।’’ ଧର୍ମ ସବୁବେଳେ ଅସ୍ତିତ୍ବରେ ରହିଆସିଛି ଆଉ ସବୁକିଛି ଏହା ଅନୁଯାୟୀ ଚାଲିଥାଏ। ଏଥିପାଇଁ ଏହାକୁ ସନାତନ କୁହାଯାଏ। ଧର୍ମର ଆଚରଣ ହିଁ ଧର୍ମର ରକ୍ଷା।’’

ରାମ ମନ୍ଦିର କରିଦେଲେ କେହି ହିନ୍ଦୁ ହୋଇଯାଆନ୍ତିନି: ଭାଗବତ

ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ମୋହନ ଭାଗବତ ଧର୍ମକୁ ମନ୍ତବ୍ୟ ରଖିଥିଲେ ।  ପୁଣେରେ ‘ବିଶ୍ବଗୁରୁ ଭାରତ’ର ବ୍ୟାଖ୍ୟାନକୁ ସମ୍ବୋଧନ କରି କହିଥିଲେ, ‘ଧର୍ମ ପ୍ରାଚୀନ ଏବଂ ଧାର୍ମିକ ପରିଚୟରୁ ହିଁ ରାମ ମନ୍ଦିର ତିଆରି ହୋଇଛି। ଏହା ଠିକ୍, କିନ୍ତୁ କେବଳ ମନ୍ଦିର ହୋଇଗଲେ କେହି ହିନ୍ଦୁ ନେତା ହୋଇଯିବନି। ହିନ୍ଦୁ ଧର୍ମ, ସନାତନ ଧର୍ମ ଏବଂ ସନାତନ ଧର୍ମର ଆଚାର୍ଯ୍ୟ, ସେବାଧର୍ମର ପାଳନ କରିଥାନ୍ତି। ସେବା ଧର୍ମ ମାନବ ଧର୍ମ ଭଳି । ସେବା କରିବା ସମୟରେ ସବୁବେଳେ ଚର୍ଚ୍ଚାରୁ ଦୂରରେ ରହିବା ଆମର ସ୍ବଭାବ।’

ସେ ଆହୁରି କହିଥିଲେ ଯେଉଁମାନେ ଲୋକଦେଖାଣିଆ ପାଇଁ ସେବା କରୁନାହାଁନ୍ତି ସେମାନେ ସେବାର ଇଚ୍ଛା ରଖନ୍ତି। ସେବା ଧର୍ମର ପାଳନ କରି ଆମକୁ ଅତିବାଦୀ ନହେବା ଦରକାର ଆଉ ଦେଶର ପରିସ୍ଥିତି ଅନୁଯାୟୀ ମଧ୍ୟମ ମାର୍ଗ ଆପଣାଇବା ଦରକାର।

ମାନବ ଧର୍ମ ବ୍ରହ୍ମାଣ୍ଡର ଧର୍ମ ଆଉ ଏହାକୁ ସେବା ଦ୍ବାରା ପ୍ରକାଶ କରାଯିବା ଦରକାର। ଆମେ ବିଶ୍ବ ଶାନ୍ତିର ଘୋଷଣା କରୁଛୁ। କିନ୍ତୁ ଅନ୍ୟ ସ୍ଥାନରେ ସଂଖ୍ୟାଲଘୁଙ୍କ ସ୍ଥିତି କ’ଣ ? ଏହା ଉପରେ ଧ୍ୟାନ ଦେବା ଜରୁରୀ। ପେଟ ପୋଷିବା ପାଇଁ ଯାହା ଜରୁରୀ ତାହା କରିବା ଦରକାର। କିନ୍ତୁ ଏହା ବାଦ୍‌ ଯାହାବି ମିଳୁଛି, ତାହାର ଦୁଇଗୁଣା ସେବା ଭାବରେ ଦେବା ଦରକାର।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.