୨୫% IAS ଦୁର୍ନୀତିଗ୍ରସ୍ତ ଏବଂ ଅପରାଗ, କେବଳ ୨୫% ହିଁ ଦକ୍ଷ: ପୂର୍ବତନ ଆରବିଆଇ ଗଭର୍ଣ୍ଣରଙ୍କ ଦାବି

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ତଥା ଆରବିଆଇ ଗଭର୍ଣ୍ଣର ଡି.ସୁବାରାଓ ନିଜ ପୁସ୍ତକ Just A Mercenary: Notes from my Life and Careerରେ ଆଇଏଏସ୍ ଏବଂ ଏହାର ଆହ୍ୱାନ ବିଷୟରେ ଉଲ୍ଲେଖ କରିଛନ୍ତି । ଆଇଏଏସ୍ ସିଷ୍ଟମ ବିଷୟରେ ନିଜ ଅତୀତର ମନ୍ତବ୍ୟକୁ ପ୍ରତିଫଳନ କରି ବଢୁଥିବା ଚିନ୍ତାକୁ ଉଲ୍ଲେଖ କରିଛନ୍ତି । ଦିନେ ନିଜ ଦକ୍ଷତା ଏବଂ ଉତ୍ସର୍ଗୀକୃତ ପାଇଁ ପରିଚିତ ଥିବା ଆଇଏଏସ୍ ଏବେ ଅପାରଗତା ଏବଂ ଦୁର୍ନୀତି ପାଇଁ ନିଜର ପ୍ରତିଷ୍ଠା ହରାଇବାରେ ଲାଗିଛି ବୋଲି ମତ ରଖିଛନ୍ତି ।

The420.in ଅନୁସାରେ ସୁବାରାଓ ନିଜ ପୁସ୍ତକରେ କହିଛନ୍ତି ଯେ ବର୍ତ୍ତମାନରେ ଥିବା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରୁ ମାତ୍ର ୨୫% ବାସ୍ତବରେ ଦକ୍ଷ । ୫୦ ପ୍ରତିଶତ ବେପରୁଆ ହୋଇଛନ୍ତି ଏବଂ ବଳକା ୨୫ ପ୍ରତିଶତ ଦୁର୍ନୀତିଗ୍ରସ୍ତ କିମ୍ୱା ଅପରାଗ ଅଛନ୍ତି । ଶାସନର ଆବଶ୍ୟକତାକୁ ପୂରା କରିବା କରିବା ପାଇଁ ୭୫ ପ୍ରତିଶତ ଅଧିକାରୀଙ୍କ ପ୍ରଭାବୀ ପ୍ରଦର୍ଶନ ଉପରେ ଜୋର ଦେଇଛନ୍ତି । ତାଙ୍କ ଅନୁସାରେ ଏହି ସମସ୍ୟା ପ୍ରୋତ୍ସାହନ ଅଭାବରେ ରହିଛି । ଉତ୍କର୍ସ ସେବା ପାଇଁ କୌଣସି ପୁରସ୍କାର ନାହିଁ କିମ୍ବା ପ୍ରଦର୍ଶନ ନକରିବା କ୍ଷେତ୍ରରେ ଦଣ୍ଡର ବ୍ୟବସ୍ଥା ବି ନାହିଁ । କିଛି ଆଇଏଏସ୍ ଅଧିକାରୀ ସେମାନଙ୍କର ଅପାରଗତା ପାଇଁ ରାଜନୈତିକ ହସ୍ତକ୍ଷେପକୁ ଦାୟୀ କରନ୍ତି । କିନ୍ତୁ ସୁବାରାଓ ଯୁକ୍ତି ରଖିଛନ୍ତି ଯେ ଯଦି ଅଧିକାରୀମାନେ ଏକ ହୋଇଥାନ୍ତେ ତେବେ ରାଜନେତାମାନେ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହେବେ ।

ସୁବାରଓଙ୍କ ମତରେ ଭାରତକୁ ଏବେ ବି ଏକ ସାଧାରଣ ନାଗରିକ ସେବା ଆବଶ୍ୟକ ରହିଛି, କିନ୍ତୁ ଆଇଏଏସରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆବଶ୍ୟକତା ରହିଛି । ତାଙ୍କର ସୁପାରିସରେ ଦୁଇ ସ୍ତରୀୟ ନିଯୁକ୍ତି ବ୍ୟବସ୍ଥା ଅଛି: ପ୍ରଥମ ପ୍ରବେଶ ୨୫-୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପାଇଁ ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶ ସାମ୍ବାଦିକତା, ଇଞ୍ଜିନିୟରିଂ, ଏନଜିଓ ଏବଂ ମେଡିସିନ୍ ପରି ବିଭିନ୍ନ କ୍ଷେତ୍ରର ବୃତ୍ତିଗତମାନଙ୍କ ପାଇଁ । କମ ବୟସରେ ନିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କ ୧୫ ବର୍ଷ ପରେ ପୁନଃମୂଲ୍ୟାଙ୍କନ କରାଯିବା ଉଚିତ । 

ସୁବାରାଓ ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲଙ୍କ ଦ୍ୱାରା ଉଠାଯାଇଥିବା ଚିନ୍ତା ଉପରେ ବି ମତ ରଖିଛନ୍ତି । ସଞ୍ଜୀବ ସାନ୍ୟାଲ କହିଥିଲେ ଯେ IAS ପାଇଁ ଏକାଧିକ ଥର ଚେଷ୍ଟା କରି ଆଶାୟୀ ନିଜ ଯୁବାବସ୍ଥା ନଷ୍ଟ କରିଥାଏ । ସୁବାରାଓ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ଆଶାୟୀଙ୍କ ପ୍ରୟାସ ସଂଖ୍ୟାକୁ କମ କରି ୨ରୁ ୩ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯାହାଦ୍ୱାରା ସେମାନେ ଅନ୍ୟ କ୍ୟାରିୟର ବିକଳ୍ପ ଅନୁସନ୍ଧାନ କରିବାକୁ ବିଚାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.