HBD Pooja :ବଲିଉଡ୍‌ ଡେବ୍ୟୁ ପାଇଁ ପୂଜାଙ୍କ ସାମ୍ନାରେ ରଖାଯାଇଥିଲା ସର୍ତ୍ତ, ରିଜେକ୍ଟ କରିଥିଲେ ବଡ ଅଫର

Published By : Prameya-News7 Bureau | October 13, 2024 IST

ମୁମ୍ଵାଇ ୧୩।୧୦: ସୁନ୍ଦରୀ ତଥା ଦକ୍ଷ ଅଭିନେତ୍ରୀ ପୂଜା ହେଗଡେ। ଯିଏ ଦକ୍ଷିଣ ଚଳଚ୍ଚିତ୍ରରୁ ବଲିଉଡ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜର ଅଭିନୟକୁ ପ୍ରମାଣ କରିଛନ୍ତି। ସେ ଇଣ୍ଡଷ୍ଟ୍ରିର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ।  ଆଜି ପୂଜା ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ପୂଜା ହେଗଡେ ଅକ୍ଟୋବର ୧୩, ୧୯୯୦ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।

ଏହି ଅଭିନେତ୍ରୀ ତାମିଲ ଚଳଚ୍ଚିତ୍ର 'ମୁଗାମୁଡି' ରୁ କ୍ୟାରିୟର ଆରମ୍ଭ କରିଥିଲେ। ପୂଜା ଏପର୍ଯ୍ୟନ୍ତ ତାଙ୍କ ଅଭିନୟ କ୍ୟାରିୟରରେ ଦକ୍ଷିଣ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହା ବ୍ୟତୀତ ସେ କିଛି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏକ ସର୍ତ୍ତ ପାଇଁ ଅଭିନେତ୍ରୀ ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ପାଇଥିଲେ ।

ପୂଜା ହେଗଡେଙ୍କ ବଲିଉଡ୍‌ ଡେବ୍ୟୁ

ପୂଜା ହେଗଡେ ଫିଲ୍ମ 'ମହେଞ୍ଜୋଦାରୋ'ରୁ ବଲିଉଡ ଡେବ୍ୟୁ କରିଥିଲେ। ସେତେବେଳେ ଫିଲ୍ମର ନିର୍ମାତାମାନେ ନୂଆ ଚେହେରା ଖୋଜୁଥିଲେ। ଏଥିସହିତ ଆଶୁତୋଶ ଗୋୱାରିକରଙ୍କ ପତ୍ନୀ ପୂଜା ହେଗଡେଙ୍କୁ ଏକ ବିଜ୍ଞାପନରେ ଦେଖିଥିଲେ । ପରେ ସେ ପୂଜାଙ୍କୁ ଫିଲ୍ମ ଅଫର କରିଥିଲେ। ସେ ବଲିଉଡର ଆକର୍ଷଣୀୟ ଅଭିନେତା ହ୍ରିତିକ ରୋଶନଙ୍କ ସହ ସ୍କ୍ରିନ୍ ସେୟାର କରିବାର ସୁଯୋଗ ପାଇଥିଲେ। କିନ୍ତୁ ନିର୍ଦ୍ଦେଶକ ଆଶୁତୋ ପୂଜାଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥିଲେ।

କଣ ଥିଲା ନିର୍ଦ୍ଦେଶକ ଆଶୁତୋଷଙ୍କ ସର୍ତ୍ତ

ଆଶୁତୋଷ ପୂଜା ହେଗଡେଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ ଯଦି ସେ ଏହି ଚଳଚ୍ଚିତ୍ରରେ କାମ କରିବାକୁ ଚାହାଁନ୍ତି, ତେବେ ସେହି ଫିଲ୍ମ ରିଲିଜ୍ ନହେବା ପର୍ଯ୍ୟନ୍ତ ଅଭିନେତ୍ରୀ କୌଣସି ଆଞ୍ଚଳିକ ଭାଷା ଚଳଚ୍ଚିତ୍ରରେ କାମ କରିବେ ନାହିଁ। ଯାହାକୁ ପୂଜା ହେଗଡେ ତୁରନ୍ତ ରାଜି ହୋଇଥିଲେ। ଏଥିପାଇଁ ତାଙ୍କୁ ଭେଟେରାନ ନିର୍ଦ୍ଦେଶକ ମଣି ରତ୍ନାମଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିବାକୁ ପଡିଲା।

ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା

ପୂଜା ହେଗଡେଙ୍କ ୨୦୧୬ ଚଳଚ୍ଚିତ୍ର 'ମହେଞ୍ଜୋ ଦାରୋ' ଆଶୁତୋଷଙ୍କର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ।  ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଯାଦୁ ଦେଖାଇ ପାରିଲାନାହିଁ । କିନ୍ତୁ ଏହା ସତ୍ତ୍ୱେ ପୂଜା ବହୁତ ଖୁସି ଥିଲେ ଯେ ସେ ନିଜ ପ୍ରିୟ ଅଭିନେତାଙ୍କ ସହିତ ସ୍କ୍ରିନ୍‌ ସେୟାର କରିବାକୁ ସକ୍ଷମ ହୋଇଥିଲେ । ଏହା ସହ ସେ ନିଜେ କହିଥିଲେ ଯେ ହ୍ରିତିକ ରୋଶନଙ୍କୁ ୧୨ ବର୍ଷ ବୟସରୁ ତାଙ୍କ ଉପରେ କ୍ରସ୍ ଆସିଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.