ଉତ୍ତରାଖଣ୍ଡରେ ଟ୍ରେନ ଟ୍ରାକରୁ ମିଳିଲା ଗ୍ୟାସ ସିଲିଣ୍ଡର, ଏମରଜେନ୍ସି ବ୍ରେକ ଲଗାଇ ଅଟକାଇଲେ ଲୋକ ପାଇଲଟ

Published By : Prameya-News7 Bureau | October 13, 2024 IST

ଉତ୍ତରାଖଣ୍ଡ୧୩/୧୦: ପୁଣି ଟ୍ରେନ ଲାଇନଚ୍ୟୁତ ଉଦ୍ୟମ । ଟ୍ରେନ୍‌ ଲାଇନ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ଉତ୍ତରାଖଣ୍ଡର ରୁର୍‌କି ସ୍ଥିତ ଲଣ୍ଡଉରା ଓ ଧନନ୍ଧେରା ମଝିରେ ଗ୍ୟାସ୍‌ ସିଲିଣ୍ଡର ଠାବ ହୋଇଛି। ଲୋକ ପାଇଲଟ ଟ୍ରାକ୍‌ ଉପରେ ଗ୍ୟାସ୍‌ ସିଲିଣ୍ଡର ଦେଖିବା ପରେ ତୁରନ୍ତ ଏମରଜେନ୍ସି ବ୍ରେକ୍‌ ଲଗାଇ ଟ୍ରେନ୍‌କୁ ଅଟକାଇଛନ୍ତି।  ଆଉ ଏକ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛି ଟ୍ରେନ୍‌। ଲୋକ ପାଇଲଟ୍ ତୁରନ୍ତ ରେଳ ନିୟନ୍ତ୍ରଣ କକ୍ଷର ଅଧିକାରୀମାନଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ।

ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ସିଲିଣ୍ଡରକୁ ଟ୍ରାକରୁ ହଟାଇଛନ୍ତି। RPF ଘଟଣାର ତଦନ୍ତ ଜାରି ରଖିଛି  । ଯାଞ୍ଚ ପରେ ସିଲିଣ୍ଡରରେ ଗ୍ୟାସ ନଥିବା ଜଣାପଡିଛି । ଏକ ମାଲବାହୀ ଟ୍ରେନ୍‌ ଦୁର୍ଘଟଣା ପାଇଁ ଟ୍ରାକ୍‌ ଉପରେ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା । ଗ୍ୟାସ୍‌ ସିଲିଣ୍ଡରକୁ କିଏ ରଖିଥିଲା ଜଣାପଡିନି । ଏ ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ଟ୍ରେନ ଲାଇନଚ୍ୟୁତ ପାଇଁ ଷଡଯନ୍ତ୍ର ହୋଇଛି । 

 

  • Uttarakhand
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.