ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଗୁରୁତରଙ୍କ ମୃତ୍ୟୁ, ୨୪ ଜଣଙ୍କ ଚାଲିଛି ଚିକିତ୍ସା

Published By : Prameya-News7 Bureau | May 31, 2024 IST

ପୁରୀ ୩୧/୫:  ପୁରୀ ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରାରେ ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଗୁରୁତରଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି । ଏବେବି ବିଭିନ୍ନ ମେଡିକାଲରେ ୨୪ ଜଣ ଗୁରୁତରଙ୍କ ଚିକିତ୍ସା ଚାଲିଛି । 

ଗୁରୁବାର ସମ୍ ଅଲ୍ଟିମେଟ ଯାଇ ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥଲେ ମୁଖ୍ୟମନ୍ତ୍ରୀ। ଏହା ସହ ବରିଷ୍ଠ ଡାକ୍ତରଙ୍କ ସହ ମଧ୍ୟ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଆହତ ମାନଙ୍କର ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ । ଏଥି ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ନବୀନ। ଘଟଣାର ତଦନ୍ତ କରୁଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ବତନ୍ତ୍ର ରିଲିଫ କମିଶନର । 

You Can Read:

ନିଖୋଜ ଛାତ୍ର ଚନ୍ଦନଙ୍କ ମୃତଦେହ ଉଦ୍ଧାର, ଗୁରୁବାର ମହାନଦୀରେ ବୁଡିଯାଇଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.