ଭାରତୀୟ ଜଳ ସୀମାରେ ଧରାପଡ଼ିଲେ ୭୮ ବାଂଲାଦେଶୀ, କୋଷ୍ଟଗାର୍ଡ ଅଟକାଇବାରୁ ଖସିଯିବାକୁ କରିଥିଲେ ଚେଷ୍ଟା

Published By : Prameya-News7 Bureau | December 10, 2024 IST

ପାରାଦୀପ ୧୦।୧୨: ଭାରତୀୟ ଜଳ ସୀମାରେ ଧରାପଡ଼ିଛନ୍ତି ୭୮ ବାଂଲାଦେଶୀ ନାଗରିକ । ଦୁଇଟି ମାଛଧରା ବୋଟ୍‌ରେ‌ ଅଛନ୍ତି ୭୮ ଜଣ ବାଂଲାଦେଶୀ । ସେମାନେ ଭାରତୀୟ ଜଳ ସୀମାରେ ପ୍ରବେଶ କରି ଭାରତ ଆଡ଼କୁ ଆସୁଥିବା ବେଳେ କୋଷ୍ଟଗାର୍ଡ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ସେମାନେ ଖସିଯିବାକୁ ଚେଷ୍ଟା କରିଥିବା ସୂଚନା ମିଳିଛି । ଦୁଇଟି ବୋଟ୍ ସମେତ ସମସ୍ତ ବାଂଲାଦେଶୀଙ୍କୁ ଅଟକ ରଖିଛି କୋଷ୍ଟଗାର୍ଡ (ଭାରତୀୟ ତଟରକ୍ଷୀ ବାହିନୀ) । ସମସ୍ତ ବାଂଲାଦେଶୀଙ୍କୁ କୋଷ୍ଟଗାର୍ଡ ପାରାଦୀପ ଆଣୁଥିବା ସୂଚନା ମିଳିଛି । ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି ଏବଂ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି । ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି । କୋଷ୍ଟଗାର୍ଡ ସେମାନଙ୍କୁ ସନ୍ଧ୍ୟା ସୁଦ୍ଧା ମେରାଇନ ପୋଲିସକୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି । 

ତେବେ ସାଧାରଣତଃ ଭାରତୀୟ ମାଛଧରା ବୋଟ୍‌ରେ ୭ରୁ ୧୦ଜଣ ମତ୍ସ୍ୟଜୀବୀ ରହୁଥିବା ବେଳେ ବାଂଲାଦେଶୀ ମାଛଧରା ବୋଟ୍‌ରେ ୧୮ରୁ ୨୨ ଜଣ ମତ୍ସ୍ୟଜୀବୀ ରହିଥାନ୍ତି । ମାତ୍ର କୋଷ୍ଟଗାର୍ଡ ଦ୍ବାରା ଧରାପଡ଼ିଥିବା ବୋଟ୍ ଦୁଇଟିରେ ୭୮ଜଣ ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି । କୋଷ୍ଟଗାର୍ଡ ସମସ୍ତ ବାଂଲାଦେଶୀଙ୍କୁ ସନ୍ଧ୍ୟାରେ ପାରାଦୀପ ନେହେରୁବଙ୍ଗଳା ସାମୁଦ୍ରିକ ଥାନାକୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି । ପରେ ତଦନ୍ତ କରାଗଲେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।

You Can Read:

ଖଣ୍ଡଗିରିରୁ ଦୁର୍ନୀତିଖୋରଙ୍କ ବିରୁଦ୍ଧରେ ଆକ୍ସନ ପ୍ରକ୍ରିୟା ଆରମ୍ଭ ହେଲା, ସମସ୍ତେ ସଚେତନ ହୋଇ ଯାଆନ୍ତୁ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.