ଭୁବନେଶ୍ବର ୧୦।୧୨: ଖଣ୍ଡଗିରି ସବ୍ ରେଜିଷ୍ଟାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ଦେବଯାନୀ କର ଭିଜିଲାନ୍ସ ଦ୍ୱାରା ଧରା ପଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଖଣ୍ଡଗିରିରୁ ଦୁର୍ନୀତିଖୋରଙ୍କ ବିରୁଦ୍ଧରେ ଆକ୍ସନ ପ୍ରକ୍ରିୟା ଆରମ୍ଭ ହେଲା । ଆଗକୁ ସମସ୍ତେ ସଚେତନ ହୋଇ ଯାଆନ୍ତୁ । ବାହାରେ ଅପେକ୍ଷା କରିଛି ଭିଜିଲାନ୍ସ । ଯିଏ ନେବ ସିଏ ଯିବ । ସେଥିପାଇଁ ପ୍ରସ୍ତୁତ ହୋଇଯାଅ । ଦେବଯାନୀ କର ନିଜ ପାଇଁ ଲାଞ୍ଚ ନେଉଥିଲେ ନା ଆଉ କାହା ପାଇଁ ଯୋଗାଡ଼ କରୁଥିଲେ ତାର ତଦନ୍ତ କରାଯାଉଛି । ରିପୋର୍ଟ ମାଗିଛି ସନ୍ଧ୍ୟା ସୁଦ୍ଧା ନିଆଯିବ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ।
ସବ୍ ପ୍ଲଟ୍ କାରବାର ଉପରେ ରୋକ୍ ଲାଗିଥିଲେ ବି ତାହା କେମିତି ଚାଲିଥିଲା ସେ ନେଇ ବି ବିଭାଗ ତଦନ୍ତ କରୁଛି । ଆଗକୁ ଜମିଜମା କିଣାବିକାକୁ ସମ୍ପୂର୍ଣ୍ଣ କ୍ୟାସ୍ ଲେସ୍ କରିବାକୁ ଯୋଜନା କରୁଛି ବିଭାଗ । ଏହାଦ୍ବାରା ଲାଞ୍ଚ କାରବାରକୁ ରୋକା ଯାଇପାରିବ ।
You Can Read:
ତିଗିରିଆରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ : ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ