ଦୟାଳୁ ଆତ୍ମା, ମହାନ ନାୟକ... ରତନ ଟାଟାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | October 10, 2024 IST

ମୁୁମ୍ବାଇ: ଦେଶର ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କ ପରଲୋକ ଘଟିଛି । ୮୬ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ରନତ ଟାଟା । ଏ ନେଇ ଟାଟା ଗ୍ରୁପ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ ଭାରତର ଉଦ୍ୟୋଗଜଗତରେ ଅପୂରଣୀୟ କ୍ଷତି ଘଟିଛି । ପଦ୍ମଭୂଷଣ ରତନ ଟାଟାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିଧନରେ ଗଭୀର ଶୋକ ପ୍ରକାଶ  କରିବା ସହିତ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଲେଖିଛନ୍ତି, ଶ୍ରୀ ରତନ ଟାଟା ଜୀ ଜଣେ ଦୂରଦର୍ଶୀ ବିଜନେସ୍ ଲିଡର, ଦୟାଳୁ ଆତ୍ମା ଓ ଜଣେ ଅସାଧାରଣ ବ୍ୟକ୍ତି ଥିଲେ । ସେ ଭାରତର ସବୁଠୁ ପୁରାତନ ତଥା ସବୁଠୁ ପ୍ରତିଷ୍ଠିତ ବ୍ୟବସାୟିକ ପରିବାରରୁ  ଆସି ଦେଶର ଉଦ୍ୟୋଗ ଜଗତରେ ସ୍ଥିର ନେତୃତ୍ୱ ପ୍ରଦାନ କରିଛନ୍ତି । ତାଙ୍କର ଯୋଗଦାନକୁ କେବେ ବି ଭୁଲା ଯାଇ ପାରିବ ନାହିଁ । ନିଜର ବିନମ୍ରତା, ଦୟାଳୁ ଓ ସମାଜ ସେବାକୁ ଉନ୍ନତ କରିବା ପ୍ରତି ତାଙ୍କର ଅଦ୍ଭୁତ ପ୍ରତିବଦ୍ଧତା ରହିଥିଲା । ଏହି ସବୁ ଗୁଣ ତାଙ୍କୁ ପ୍ରିୟ କରିଛି । 




କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସେ ବ୍ୟବସାୟ ଓ ପରୋପକାରରେ ଏକ ଉଲ୍ଲେଖନୀୟ ଛାପ ଛାଡିଛନ୍ତି । ରତନ ଟାଟା କେବଳ ବ୍ୟବସାୟୀ ନ ଥିଲେ, ପରୋପକାରୀ ଓ ସମାଜସେବୀ ମଧ୍ୟ ଥିଲେ । 




ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  ଲେଖିଛନ୍ତି, ଶ୍ରୀ ରନତ ଟାଟାଙ୍କ ନିଧନ ଖବର ଶୁଣି ମୁଁ ଦୁଃଖିତ । ସେ ଭାରତୀୟ ଉଦ୍ୟୋଗଜଗତର ମହାନ ନାୟକ ଥିଲେ । ସେ ଦେଶର ଅର୍ଥବ୍ୟବସ୍ଥା, କାରବାର ଓ ଉଦ୍ୟୋଗରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । 

ବୁଧବାର ଖ୍ୟାତାନାମା ଉଦ୍ୟୋଗପତି ରତନ ଟାଟାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । । ତାଙ୍କ ସ୍ଵାସ୍ଥ୍ୟବସ୍ଥା ଉପରେ ଡାକ୍ତରୀ ଦଳ ଲଗାତାର ନଜର ରଖିଥିଲେ। କିନ୍ତୁ ମଧ୍ୟରାତ୍ରି ସମୟରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ ନେଇ ଖବର ଆସିଲା । 

ସୂଚନାଯୋଗ୍ୟ, ରତନ ଟାଟା ୨୧ ବର୍ଷ ବୟସରେ ୧୯୯୧ରେ ଅଟୋଠୁ ନେଇ ଇସ୍ପାତ ପର୍ୟ୍ୟରନ୍ତ କାରବାର ସହ ଜଡ଼ିତ ଟାଟା ଗ୍ରୁପର ଅଧ୍ୟକ୍ଷ ହୋଇଥିଲେ। ଚେୟାରମ୍ୟାନ ହେବା ପରେ ସେ ଟାଟା ଗ୍ରୁପକୁ ଏକ ନୂତନ ଶିଖରରେ ପହଞ୍ଚାଇଥିଲେ। ସେ ୨୦୧୨ ମସିହା ପର୍ୟ୍ୟ ନ୍ତ କମ୍ପାନିର ନେତୃତ୍ଵ ନେଇଥିଲେ। ୨୦୦୮ରେ ରତନ ଟାଟାଙ୍କୁ ସରକାରଙ୍କ ଦ୍ଵାରା ଦେଶର ଦ୍ଵିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା।



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.