ପାର୍ସି ପରମ୍ପରାରେ ରତନ ଟାଟାଙ୍କ ହେବ ଅନ୍ତିମ ସଂସ୍କାର; ଅପରାହ୍ନ ସାଢ଼େ ୩ଟା ଯାଏଁ ଶେଷ ଦର୍ଶନ

Published By : Prameya-News7 Bureau | October 10, 2024 IST

ମୁମ୍ବାଇ: ଆଉ ନାହାନ୍ତି ଭାରତର ରତ୍ନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟା। ୮୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ମୁମ୍ବାଇର ନ୍ୟାସନାଲ୍ ସେଣ୍ଟର ଫର ପର୍ଫର୍ମିଙ୍ଗ୍ ଆର୍ଟ୍ସ ଲନରେ ଶିଳ୍ପପତି ରତନ ଟାଟାଙ୍କ ପାର୍ଥୀବ ଶରୀର ରହିଛି । ତ୍ରିରଙ୍ଗାରେ ଢଙ୍କା ହୋଇଥିବା ଶିଳ୍ପ ଜଗତର ଅମୂଲ୍ୟ ରତ୍ନ ରତନ ଟାଟାଙ୍କ ମରଶରୀରକୁ ମୁମ୍ବାଇର ନରିମନ୍ ପଏଣ୍ଟ ସ୍ଥିତ ଏନସିପିଏ ଗ୍ରାଉଣ୍ଡକୁ ଅଣାଯାଇଛି। ଏଠାରେ ତାଙ୍କ ଅନ୍ତିମ ଦର୍ଶନ ଚାଳିଛି । ବହୁ ବିଶିଷ୍ଟ ବ୍ୟକ୍ତି ରତନ ଟାଟାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରୁଛନ୍ତି । ଅପରାହ୍ଣ ସାଢ଼େ ୩ଟା ଯାଏଁ ତାଙ୍କର ଶେଷ ଦର୍ଶନ ଚାଲିବ। ଏହାପରେ ୪ଟାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ପାର୍ସି ପରମ୍ପରାରେ ରତନ ଟାଟାଙ୍କ ଶେଷ କୃତ୍ୟ ହେବା ନେଇ ଜଣାପଡ଼ିଛି ।

ରତନ ଟାଟାଙ୍କ ବିୟୋଗରେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା ହୋଇଛି । ଏହା ସହ ଝାଡ଼ଖଣ୍ଡ ସରକାର ଦିନିକିଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଗୁରୁବାର ଝାଡ଼ଖଣ୍ଡରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି । ଝାଡ଼ଖଣ୍ଡ ସହ ଟାଟାଙ୍କ ଥିଲା ବିଶେଷ ସମ୍ପର୍କ। ଜାମସେଦପୁରରୁ ଆରମ୍ଭ ହୋଇଥିଲା ଟାଟା ଗ୍ରୁପର ଯାତ୍ରା। ସେହିପରି ମୁମ୍ବାଇ ହେଉଛି ରତନ ଟାଟାଙ୍କ ହୋମ୍ ଟାଉନ୍। ତେଣୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ଦିନିକିଆ ଶୋକ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.