କଟକ ୨୧।୧୧: ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ନାବାଳିକା ମାନଙ୍କ ଉପରେ ଅଧିକ ଯୌନ ନିର୍ଯାତନା କରାଯାଉଥିବାର ନଜରକୁ ଆସୁଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ମହିଳା କୋର୍ଟ । ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ମହିଳାଙ୍କ ଉପରେ ହେଉଥିବା ସମସ୍ତ ନିର୍ଯାତନା ସମ୍ପର୍କିତ ମାମଲା ଏହି କୋର୍ଟରେ ବିଚାର କରାଯିବ । ସବୁଠାରୁ ବଡ଼ କଥା ହେଲା ଯେ, ଏହି ସ୍ଵତନ୍ତ୍ର ମହିଳା କୋର୍ଟରେ ଜଜ୍ଙ୍କ ସମେତ ସରକାରୀ ଓକିଲ ଓ କର୍ମଚାରୀ ମାନେ ବି ମହିଳା ରହିବେ । ଫାଷ୍ଟ ଟ୍ରାକ୍ କୋର୍ଟ ଭଳି ଏହି କୋର୍ଟରେ ଅଧିକ ଏବଂ ଶୀଘ୍ର ମକଦ୍ଦମା ସାରିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯିବ । କୋର୍ଟ ସ୍ଥାପନ ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବା ସହ ହାଇକୋର୍ଟଙ୍କ ସହ ଆଲୋଚନା ମଧ୍ୟ ଆରମ୍ଭ କରାଯାଇଛି । ଖୁବ୍ଶୀଘ୍ର କୋର୍ଟ ସ୍ଥାପନ ହେବା ସହ ପୀଡ଼ିତା ମାନେ ସଠିକ୍ ନ୍ୟାୟ ପାଇବେ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
You Can Read:
କୋଟିପତି ଯୋଗାଣ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ, ସରକାରୀ ବାବୁଙ୍କର ଏତେ ସମ୍ପତ୍ତି