ସରକାରୀ ଜାଗାରେ ରହିଛି କମ୍ୟୁନିଟି ସେଣ୍ଟର, ଉଚ୍ଛେଦ କରି ନପାରି ଫେରିଗଲା ପ୍ରଶାସନ

Published By : Prameya-News7 Bureau | April 19, 2025 IST

ଜଳେଶ୍ବର ସରକାରୀ ଜାଗାରେ ନିର୍ମାଣ ହୋଇଛି କମ୍ୟୁନିଟି ସେଣ୍ଟର । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଭାଙ୍ଗିବାକୁ । ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବାକୁ ଆସିଥିଲେ ଅଧିକାରୀ । ଉଚ୍ଛେଦ ବେଳେ ଗ୍ରାମବାସୀ କଲେ ବିରୋଧ । ଉଚ୍ଛେଦ ନକରିପାରି ଶକ୍ତିହୀନ ହୋଇ ଫେରିଗଲା ପ୍ରଶାସନ । 

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ମହମ୍ମଦ ନଗର ପାଟଣା ଗ୍ରାମର ଲୋକଙ୍କର ସୁବିଧା ପାଇଁ ସରକାରଙ୍କ ତରଫରୁ ସରକାରୀ ଜାଗାରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ହୋଇଥିଲା । ଏହାକୁ ବିରୋଧ କରି କିଛି ଲୋକ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଉକ୍ତ ଅଭିଯୋଗ ମୂଳେ ଏହାକୁ ଉଚ୍ଛେଦ ପାଇଁ ଜଳେଶ୍ୱର ତହସିଲକୁ ନିର୍ଦ୍ଦେଶ ଦେଇଥିଲେ । 

ଶନିବାର ଜଳେଶ୍ୱର ତହସିଲଦାର ଗୌରାଙ୍ଗ ଚରଣ ଘୋଷ, ଜଳେଶ୍ୱର ଏସ୍‌ଡିପିଓ ବ୍ରଜମୋହନ ପ୍ରଧାନ, ଜଳେଶ୍ୱର ଆଇଆଇସି ଜୟନ୍ତ ବେହେରାଙ୍କ ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚି ଥିଲା ଏହାକୁ ଉଚ୍ଛେଦ କରିବାକୁ । ଉଚ୍ଛେଦ ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ସରକାରୀ ଜାଗାରେ ସରକାରୀ ଅର୍ଥରେ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହା ନିର୍ମାଣ ହୋଇଛି ବୋଲି କହିବା ସହ ବିରୋଧ କରିଥିଲେ । ଶେଷରେ କମ୍ୟୁନିଟି ସେଣ୍ଟରକୁ ଭାଙ୍ଗି ନପାରି ଶକ୍ତିହୀନ ହୋଇ ଫେରିଯାଇଥିଲା ପ୍ରଶାସନ ।

You Can Read:

ରେଳ ଲାଇନ ନିର୍ମାଣକୁ ବିରୋଧ ବେଳେ ଖଣ୍ଡ ଯୁଦ୍ଧ, ବସ୍ତିବାସିନ୍ଦାଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.