ଟ୍ରେନିଂ ପରେ ୬ ଜଣ ଆଇଏଏସ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତ

Published By : Prameya-News7 Bureau | September 03, 2024 IST

ଭୁବନେଶ୍ଵର: ମୋହନ ମାଝୀ ସରକାର ମଙ୍ଗଳବାର ଟ୍ରେନିଂ ସରିଥିବା ୬ ଜଣ ଆଇଏଏସଙ୍କୁ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ବଣାଇ, ଆଠଗଡ଼, ପଦମପୁର, ଜୟପୁର, ତାଳଚେର ଓ ରାଇରଙ୍ଗପୁରଠାରେ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ସମସ୍ତ ଆଇଏଏସ୍ ଅଫିସର ଉପଖଣ୍ଡ ମାଜିଷ୍ଟ୍ରେଟ୍ ଭାବେ ଭାରତୀୟ ନାଗରିକ ସଂହିତା-୨୦୨୩ର ଧାରା ୧୪(୪) ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ବିଜ୍ଞପ୍ତି ଅନୁଯାୟୀ, ୨୦୨୨ ବ୍ୟାଚ୍‌ର ଆଇଏଏସ ଅକ୍ଷୟ ପିଲାଇଙ୍କୁ ରାଜ୍ୟ ସରକାର ବଣାଇର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତ କରିଛନ୍ତି। ସେହିପରି ୨୦୨୨ ନ୍ୟାଚର  ପ୍ରହଲାଦ ନାରାୟଣ ଶର୍ମାଙ୍କୁ ଆଠଗଡ଼ ଉପଜିଲ୍ଲାପାଳ, ଅରୁଗୁଲା ସ୍ନେହାଙ୍କୁ ପଦମପୁର ଉପଜିଲ୍ଲାପାଳ, ଆକାଭରମ ସାସ୍ୟା ରେଡ୍ଡୀଙ୍କୁ ଜୟପୁର ଉପଜିଲ୍ଲାପାଳ, ସମୀର କୁମାର ଜେନାଙ୍କୁ ତାଳଚେର ଉପଜିଲ୍ଲାପାଳ ଓ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.